ଗୋଟିଏ ଅତି କ୍ଷୁଦ୍ର ସିନେମା, ଯାହାର ଅବଧି ମାତ୍ର ତିନି ମିନିଟ୍ ଅଣଚାଶ ସେକେଣ୍ତ ଏବଂ ଯାହା ସଂପୂର୍ଣ୍ଣ ନିର୍ବାକ, ପୃଥିବୀର ବିଭିନ୍ନ ଦେଶର ଲୋକଙ୍କୁ ବେଶ୍ ଭଲ ଲାଗିଥିଲା। ଏହି ସିନେମାର ନାମ ଥିଲା ‘୭୨ କେଜି’।
ସିନେମାର ବିଷୟବସ୍ତୁଟି ଏହିପରି। ଭାରତର କୌଣସି ଏକ ସହର। ରାସ୍ତାର ଗୋଟିଏ ସ୍ଥାନରେ ବସିଥାଏ ଜଣେ ବୃଦ୍ଧ ଭିକାରି। ନିଜ ଆଗରେ ସେ ଥୋଇ ଦେଇଥାଏ ଗୋଟିଏ ଛୋଟ ଡବା। ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଚାଲି ଯାଉ ଯାଉ ଇଚ୍ଛା ହେଲେ ସେଇ ଡବା ଭିତରକୁ ଗୋଟିଏ କିଛି ମୁଦ୍ରା ଛାଟି ଦେଇ ଚାଲି ଯାଉଥାନ୍ତି।
ଦିନେ ସେଇ ବାଟେ ଦପ୍ତରରୁ ଫେରୁଥାଏ ଜଣେ ତରୁଣ। ସେହି ଭିକାରି ଏବ˚ ତା’ ଡବା ତା’ର ନଜରକୁ ଆସେ। ସେ ଘରକୁ ଫେରି କିଛି ଗୋଟାଏ ଖୋଜିବାରେ ଲାଗେ। କିଛି ସମୟ ଖୋଜିଲା ପରେ ସେ ପାଏ ଗୋଟିଏ କାଗଜ ପେଟି ଭିତରେ ରହିଥିବା ଏକ ବସ୍ତୁ। ପର ଦିନ ସକାଳୁ ତାକୁ ସେ ସାଙ୍ଗରେ ଧରି ପହଞ୍ଚେ ଭିକାରି ପାଖରେ। ଭିକାରି ସମ୍ମୁଖରେ କାଗଜ ପେଟିରୁ ସେ ବାହାର କରେ ଏକ ଓଜନ ମେସିନ। ତା’ ଉପରେ ସେ ନିଜେ ଛିଡ଼ା ହୁଏ। ଓଜନ ହୁଏ ୭୨ କେଜି। ତା’ ପରେ ଭିକାରିର ହାତରେ ଟଙ୍କାଟିଏ ଧରାଇ ସେ ନିଜ ବାଟରେ ଚାଲିଯାଏ।
ସକାଳୁ ସକାଳୁ ପ୍ରାତଃଭ୍ରମଣ କରୁଥିବା ଲୋକଙ୍କ ଭିତରୁ ଲୋକେ ସେଠାରେ ଅଟକନ୍ତି, ନିଜ ଓଜନ ମାପନ୍ତି ଏବ˚ ଭିକାରି ହାତରେ ଟଙ୍କାଟିଏ ଲେଖାଏ ଗୁଞ୍ଜି ଦିଅନ୍ତି।
ଏହି ନିର୍ବାକ ସିନେମା ଦେଖାଏ କେମିତି ଏକ ଛୋଟ ଅଥଚ ଅଭିନବ ସାହାଯ୍ୟ ବଳରେ ଜଣଙ୍କୁ ସମ୍ମାନର ସହିତ ଗୁଜୁରାଣ ମେଣ୍ଟାଇବା ଦିଗରେ ସମର୍ଥ କରିହୁଏ।
ଅଭିନବ ଉପାୟ
Advertisment
Follow Us