ନସିରୁଦ୍ଦିନଙ୍କ ଧାରଣା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଗାଁରେ ହୁରି ପଡ଼ିଗଲା ଯେ ନସିରୁଦ୍ଦିନ ପାଗଳ ହୋଇଯାଇଛନ୍ତି। କାରଣ ସେ ଖଟରେ ଶୋଇ ରହିଛନ୍ତି, ଆଦୌ ଉଠୁ ନାହାନ୍ତି ଏବ˚ ତାଙ୍କୁ ଉଠାଇବାର ସମସ୍ତ ଚେଷ୍ଟା ବିଫଳ ହୋଇଛି। ତାଙ୍କ ମୁଣ୍ତ ଭିତରେ ଏକ ଧାରଣା ପଶି ଯାଇଛି ଯେ ସେ ମରିଯାଇଛନ୍ତି। ତାଙ୍କ ମୁଣ୍ତରୁ ତାକୁ ବାହାର କରିବା ସମ୍ଭବ ହେଉନାହିଁ। ତେଣୁ ସମସ୍ତେ ଧରି ନେଇଛନ୍ତି ଯେ ସେ ପାଗଳ ହୋଇ ଯାଇଛନ୍ତି।
ଜଣେ ନାମକରା ମନୋଚିକିତ୍ସକଙ୍କୁ ଡକା ଗଲା। ମନୋଚିକିତ୍ସକ ନସିରୁଦ୍ଦିନଙ୍କ ଉପରେ ତୀକ୍ଷ୍‌ଣ ନଜର ପକାଇ ଦୃଢ଼ କଣ୍ଠରେ କହିଲେ- ଉଠ ଆଉ ଚାଲ।
ନସିରୁଦ୍ଦିନ ଖଟରୁ ଓହ୍ଲାଇ ପଡ଼ି ଚାଲିଲେ। ମନୋଚିକିତ୍ସକ କହିଲେ- ଦେଖିଲ ତ, ତୁମେ ମରିନାହଁ। ତେଣୁ ମନରୁ ସେ ଧାରଣା ବାହାର କର।
ନସିରୁଦ୍ଦିନ କହିଲେ- ପ୍ରେତମାନେ ବି ଚାଲନ୍ତି। ଦେଖୁ ନାହାନ୍ତି ମୋ ଗୋଡ଼ କେମିତି ପ୍ରେତମାନଙ୍କ ଗୋଡ଼ ଭଳି ବଙ୍କା ହୋଇଯାଇଛି!
ମନୋଚିକିତ୍ସକ କିଛି ସମୟ ଚିନ୍ତା କଲେ। ତା’ ପରେ ଗୋଟିଏ ଉପାୟ ପାଞ୍ଚି କହିଲେ- ତୁମେ ତ ଜାଣିଛ ମଲା ଲୋକର ଦେହରୁ ରକ୍ତ ବାହାରେ ନାହିଁ।
ନସିରୁଦ୍ଦିନ କହିଲେ- ଏ କଥା ସମସ୍ତେ ଭଲ ଭାବେ ଜାଣନ୍ତି।
ତା’ ପରେ ମନୋଚିକିତ୍ସକ ଗୋଟିଏ ଛୁରୀରେ ନସିରୁଦ୍ଦିନଙ୍କ ଆଙ୍ଗୁଠିକୁ ଟିକିଏ କାଟି ଦେଲେ। ଧାର ଧାର ରକ୍ତ ବହିଲା।
ମନୋଚିକିତ୍ସକ କହିଲେ- ଦେଖ ରକ୍ତ ବହିଲାଣି। ଏବେ କୁହ।
ନସିରୁଦ୍ଦିନ କହିଲେ- ହେ ଭଗବାନ, ଆମେ ସମସ୍ତେ ଏତେ ଦିନ ଧରି ଯାହା ଜାଣିଥିଲେ ତାହା ଭୁଲ୍‌ ଥିଲା। ମଲା ଲୋକଙ୍କ ଦେହରୁ ବି ରକ୍ତ ବାହାରେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe