Verywell Family
ଆଜିକାଲିର ଶିକ୍ଷା ପଦ୍ଧତି ଯାହା ହେଲାଣି ସେଥିରେ ପିଲାଙ୍କ ଶିଶୁ ସୁଲଭ ଚପଳତା ହଜିଗଲାଣି। ଆଗରୁ ଓଡ଼ିଆ ମାଧୢମ ବିଦ୍ୟାଳୟରେ ପାଞ୍ଚ ବର୍ଷ ବୟସରେ ପିଲାର ନାମ ଲେଖା ହେଉଥିଲା। ପାଠର ବୋଝ ଆଜି ପରି ନ ଥିଲା। ସେଇ ଶିକ୍ଷା ପଦ୍ଧତିରେ ପଢ଼ି କ’ଣ କେହି ଡାକ୍ତର, ଇଞ୍ଜିନିଅର୍ ହେଉ ନ ଥିଲେ?
ଏବେ ଅନାବଶ୍ୟକ ଭାବେ ଅନେକ କିଛି ପଢ଼ାଯାଉଛି, ଯାହା ପିଲାଙ୍କ ବସ୍ତାନିର ଓଜନକୁ ବଢ଼ାଉଛି। ବସ୍ତାନି ଓଜନ ନେଇ ସରକାର ନିୟମ କଲେ ବି ତାହା ଅନେକ ସ୍କୁଲ୍ ପାଳନ କରୁନାହାନ୍ତି। ଯେଉଁ ବୟସ ପିଲା ଯେତିକି ପଢ଼ିବା କଥା, ତା’ଠାରୁ ଢେର୍ ଅଧିକ ପଢୁଛି। ସେହି କାରଣରୁ ପିଲାମାନେ ଖେଳ-କୁଦ ପାଇଁ ସୁଯୋଗ ପାଉନାହାନ୍ତି। ଫଳସ୍ବରୂପ ସେମାନେ ଅଳ୍ପ ବୟସରୁ ବିଷାଦଗ୍ରସ୍ତ ହୋଇପଡୁଛନ୍ତି। ଏହାର ମୂଳରେ ଅଛି ମାନସିକ ଚାପ। ସେମାନଙ୍କୁ ଏ ପ୍ରକାର ସ୍ଥିତିରୁ ମୁକ୍ତ କରାଯିବା ଦିଗରେ ଶିକ୍ଷା ବିଭାଗ ଅଧିକ ଉଦ୍ୟମ କରୁ।
ରବିରଞ୍ଜନ ପାତ୍ର
ପଦ୍ମପୁର, କେନ୍ଦୁଝର
Follow Us