ଅଧିକ ଏକ ଯୋଡ଼ା ଅପ୍‌-ଡାଉନ୍‌ ଲାଇନ ଦରକାର

Advertisment
ଅଧିକ ଏକ ଯୋଡ଼ା ଅପ୍‌-ଡାଉନ୍‌ ଲାଇନ ଦରକାର

Quora

ଗଣମାଧ୍ୟମ ସୂତ୍ରରୁ ଜାଣିବାକୁ ପାଇଲି ଯେ ଚୀନରେ ୧୯୯୫ ମସିହାରେ ଯେତେବେଳେ ରେଳ ଚଳାଚଳ କ୍ଷେତ୍ରରେ ବିକାଶ ଆଣିବା ଲାଗି ବିଧିବଦ୍ଧ ପ୍ରୟାସ ‌ଆରମ୍ଭ କରାଗଲା, ସେତିକି ‌େବଳେ ସେଠାରେ ଆଉ ଗୋଟିଏ ଯୋଡ଼ା ଅପ୍-ଡାଉନ୍‌ ଲାଇନ ବିଛାଇବା ବିଷୟ ପ୍ରାଥମିକତା ପାଇଲା। ଫଳରେ ଅଧିକ ରେଳଗାଡ଼ି ଚଳାଚଳ କରୁଥିଲେ ସୁଦ୍ଧା ରେଳ ଗାଡ଼ିର ଭିଡ଼ ନିୟନ୍ତ୍ରଣାଧୀନ ହୋଇ ରହିଲା। ଆମ ଦେଶରେ ତାହା ହୋଇପାରିନାହିଁ। ଇତିମଧ୍ୟରେ ଗାଡ଼ି ସଂଖ୍ୟା ଖୁବ୍‌ ବୃଦ୍ଧି ପାଇଛି, କିନ୍ତୁ ସମସ୍ତ ଗାଡ଼ି ସେହି ଗୋଟିଏ ଯୋଡ଼ା ଅପ୍‌-ଡାଉନ୍‌ ଲାଇନ ଉପରେ ଦୌଡୁଛନ୍ତି।

ଏହା ଫଳରେ ରେଳ ଗାଡ଼ିର ଭିଡ଼ ବହୁତ ବୃଦ୍ଧି ପାଇଛି; ଯଦ୍ଦ୍ବାରା ରେଳ ଧାରଣା ଉପରେ ଅଧିକ ଚାପ ପଡ଼ି ସେଗୁଡ଼ିକ ଶୀଘ୍ର ଖରାପ ହୋଇଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ରେଳ ଗାଡ଼ିର ଭିଡ଼ ବଢୁଥିବା ହେତୁ ଅନେକ ସମୟରେ ବିଳମ୍ବରେ ଗାଡ଼ି ଚାଲୁଛି। ମାଲ ଗାଡ଼ି ବି ସେହି ଧାରଣା ଉପରେ ଚାଲୁଛି। ଅବଶ୍ୟ ଏବେ ମାଲ ଗାଡ଼ି ଲାଗି ନୂଆ କରିଡର ତିଆରି କରାଯିବାର ଉଦ୍ୟମ ଆରମ୍ଭ ହୋଇଛି, ଯାହା ସ୍ବାଗତଯୋଗ୍ୟ। ଏହା ଦ୍ବାରା ରେଳ ଧାରଣା ଉପ‌େର ଚାପ ହ୍ରାସ ପାଇବ। କିନ୍ତୁ ଆଉ ଅଧିକ ଏକ ଯୋଡ଼ା ଧାରଣା ବିଛାଇଲେ ଯାଇ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ। ତାହା ହେଲେ ରେଳଗାଡ଼ି ଚଳାଚଳରେ ଶୃଙ୍ଖଳା ଆସିବ। ଗଲା ଶୁକ୍ରବାର ଘଟିଥିବା ଭୟାବହ ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରାଯିବା ଅଧିକ ଆବଶ୍ୟକ ଭଳି ମନେ ହୁଏ।
ପ୍ରବୀର ସାହୁ
ମହାନଦୀ ବିହାର, କଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe