ପୁଲିସ ବିଭାଗର ଫୋନ୍ ଆପ୍ ଆରମ୍ଭ

୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍‌; ଅଗଷ୍ଟ ୧୫ରେ ଦିଆଯିବ ପଦକ

କଟକ : ଲକ୍‌ଡାଉନ୍ ସମୟରେ ଘରୋଇ ହିଂସା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଥିପାଇଁ ପୁଲିସ ବିଭାଗ ଆରମ୍ଭ କରିଥିବା ଫୋନ୍ ଅପ୍ କାର୍ଯ୍ୟକ୍ରମରେ ମାତ୍ର ତିନି ଦିନରେ ମୋଟ ୧ ହଜାର ୭ ଜଣ ପୀଡ଼ିତାଙ୍କୁ ଯୋଗାଯୋଗ କରାଯାଇ ସାରିଲାଣି। ସେମାନଙ୍କୁ ଫୋନ୍ କରି ପୂର୍ବରୁ ଥାନାରେ ରୁଜୁ କରିଥିବା ଘରୋଇ ହିଂସା ମାମଲାର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ମହିଳାଙ୍କ ପରିସ୍ଥିତି ସାଂଘାତିକ ରହିଛି। ସେମାନଙ୍କ ଅଭିଯୋଗ ଗ୍ରହଣ କରାଯାଇ ଘଟଣାର ସାନି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପରିବାର ଓ ସମ୍ପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଏସପି/ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ମାର୍ଚ୍ଚରେ ୨୨ରୁ ମେ ୩ ତାରିଖ ଯାଏ ଯେଭଳି ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ ବୃଦ୍ଧି ପାଉଛି, ଏଥିପାଇଁ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏବେ ବାହାର କାମ ବନ୍ଦ ଥିବାରୁ ଘରର ପୁରୁଷ ଲୋକ ସମ୍ପୂର୍ଣ୍ଣ ଭାବେ ଘରେ ରହୁଛନ୍ତି। ସେହି କାରଣରୁ ଏଭଳି ପରିସ୍ଥିତି ଉପୁଜୁଥିବା କୁହାଯାଉଛି। ପୀଡ଼ିତା ମହିଳାଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସ ବିଭାଗ ଫୋନ୍ ଅପ୍ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏସସିଆରବି(ରାଜ୍ୟ ଅପରାଧ ନଥି ବିଭାଗ) ମାଧ୍ୟମରେ ୩ ବର୍ଷ ପୂର୍ବର ମହିଳା ହିଂସା ମାମଲାର ଖୋଳତାଡ଼ ଆରମ୍ଭ କରାଯାଇଥିଲା। ଯେଉଁମାନେ ମହିଳା ହିଂସା ବିରୋଧରେ ମାମଲା ରୁଜୁ କରିଥିଲେ, ସେମାନଙ୍କୁ ଫୋନ୍ କରି ପୁନଃ ପଚରାଉଚରା କରାଯାଇଛି। ମିଳିଥିବା ସୂଚନା ମୁତାବକ ଗଲା ୨୮ ତାରିଖରେ ମୋଟ ୩୩୪ ଜଣ ମହିଳା ପୀଡ଼ିତାଙ୍କୁ ଫୋନ୍ କରାଯାଇଥିଲା। ଏଥିରେ ୪ ଜଣ ମହିଳାଙ୍କ ଉପରେ ନିର୍ଯାତନା ଅସହ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ୨୯ ତାରିଖରେ ୩୪୧ ଜଣଙ୍କୁ ଫୋନ୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ନିର୍ଯାତନାର ଶିକାର ହେଉଥିବା କହିଥିଲେ। ଆଜି ୩୩୨ ମହିଳାଙ୍କୁ ଫୋନ୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଅତ୍ୟଧିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ନିର୍ଯାତନା ସମ୍ପର୍କରେ ପୁଲିସ ବିଭାଗ ପକ୍ଷରୁ ଜିଲ୍ଲାରେ ଏସ୍‌ପିଙ୍କ ଅଧୀନରେ ଖୋଲିଥିବା ଜିଲ୍ଲା ଆଇଏସିଏଡବ୍ଲୁକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ନିର୍ଯାତନା ହାର ଲକ୍‌ଡାଉନ ଅବଧି ଭିତରେ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe