ଆତଙ୍କୀ ମୁକାବିଲାରେ ରୋବଟ୍‌

ପ୍ରସଙ୍ଗ

ଆତଙ୍କୀ ମୁକାବିଲାରେ ରୋବଟ୍‌

indiandefencenewslatest.com

ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍‍ଡିଓ) ତିନି ପ୍ରକାର ରୋବଟ୍‍କୁ ନେଇ ଏକ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ପ୍ରତିରକ୍ଷା ବ୍ୟବସ୍ଥାକୁ ବିକଶିତ କରିଛି। ଏହା ଆତଙ୍କବାଦର ମୁକାବିଲା ଓ ପଣ୍ୟବନ୍ଦୀଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବା ପାଇଁ ବେଶ୍ ସହାୟକ ହେବ। ଲକ୍ଷ୍ନୌ ଠାରେ ଚାଲିଥିବା ପ୍ରତିରକ୍ଷା ପ୍ରଦର୍ଶନୀରେ ଏହି ମାନବରହିତ ପ୍ରତିରକ୍ଷା ବ୍ୟବସ୍ଥା ସଂପର୍କରେ ସୂଚନା ଦିଆଯାଇଛି। ଆତ୍ମଗୋପନ କରି ଆକ୍ରମଣ ଚଳାଉଥିବା ଆତଙ୍କବାଦୀଙ୍କ ମୁକାବିଲା କରିବା କ୍ଷେତ୍ରରେ ଅନେକ ସମୟରେ ସେନା ଯବାନମାନଙ୍କ ପ୍ରାଣ ହାନି ହୋଇଥାଏ। ସେହିପରି ପଣ୍ୟବନ୍ଦୀଙ୍କ ମୁକ୍ତି ଅଭିଯାନରେ ସୁରକ୍ଷା କର୍ମୀଙ୍କ ଜୀବନ ହାନିର ଆଶଙ୍କା ରହିଥାଏ। ଏଭଳି ସ୍ଥଳେ ଏହି ରୋବଟ୍‍ଗୁଡ଼ିକ କାମରେ ଆସିବେ। ଏହି ଚଳନଶୀଳ ‌ରୋବଟ୍‌ରେ ଖଞ୍ଜା ଯାଇଥିବା ରାଡାର୍ ଓ କ୍ୟା‌େମରା ଆଦିର ସାହାଯ୍ୟ ନେଇ ଆତ୍ମଗୋପନ କରିଥିବା ଅପରାଧୀମାନଙ୍କ ସ୍ଥିତି ଏବଂ ସ୍ଥାନର ମାନଚିତ୍ର ବାବଦରେ ଠଉରାଇ ହେବ ଯାହା ସେନାବାହିନୀର କାର୍ଯ୍ୟକୁ ଅତି ସହଜସାଧ୍ୟ କରିବ।

କୃତ୍ରିମ ଜ୍ଞାନ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ (ଏଆଇ)କୁ ବ୍ୟବହାର କରାଯାଇ ନିର୍ମିତ କରାଯାଇଥିବା ରୋବଟ୍‍ଗୁଡ଼ିକ ଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂତନ ଦିଗର ଉନ୍ମୋଚନ କରାଯାଇପାରିବ। ଏହା ଆମ ସାମରିକ ବଳର ସାମର୍ଥ୍ୟ ବୃଦ୍ଧିରେ ନିଶ୍ଚିତ ଭାବେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe