Oxfam India
ଆମ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ମିଳୁନାହିଁ। ଏଣୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। କେବଳ ଡାକ୍ତରଙ୍କ ଅଭାବ ନୁହେଁ, ସବୁ ଦିଗରୁ ଗ୍ରାମାଞ୍ଚଳ ସରକାରୀ ଡାକ୍ତରଖାନାଗୁଡ଼ିକ ସାଧାରଣ ରୋଗୀଙ୍କ ଚାହିଦା ପୂରଣ କରିବାରେ ଅସମର୍ଥ।
ଏ ସବୁରେ ଭିତ୍ତିଭୂମିଗତ ଦୁର୍ବଳତା ଅନେକ। ଡାକ୍ତରଖାନାରେ ମାଗଣା ଔଷଧ ମଧ୍ୟ ନିୟମିତ ଭାବେ ମିଳେନାହିଁ। ଅନେକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଘରଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ ଅଛି। କେଉଁଠି ଛାତରୁ ପାଣି ଗଳୁଛି ତ କେଉଁଠି ଲାଇଟ୍ ଓ ପଙ୍ଖା ଆଦି ଚାଲୁନାହିଁ। ରୋଗୀଙ୍କ ୱାର୍ଡରେ କୁକୁର ବୁଲୁଥିବା ଦେଖାଯାଏ। ଏହି ମର୍ମରେ ମୋର ଅନୁରୋଧ ଗ୍ରାମାଞ୍ଚଳ ସରକାରୀ ଡାକ୍ତରଖାନାଗୁଡ଼ିକର ସ୍ଥିତିରେ ଉନ୍ନତି ଅଣାଯାଉ।
ବିକାଶ କୁମାର ଦାସ
ଅଥରପା, ଜଗତ୍ସିଂହପୁର
Follow Us