ଭାବି ଚିନ୍ତି ବାହାଘର ନିଷ୍ପତ୍ତି ନିଅନ୍ତୁ

Advertisment
ଭାବି ଚିନ୍ତି ବାହାଘର ନିଷ୍ପତ୍ତି ନିଅନ୍ତୁ

ଫେସବୁକ୍ କି ଅନ୍ୟ କିଛି ସୋସିଆଲ ମିଡିଆ ଜରିଆରେ ନିକଟତର ‌େହାଇ କିଛି ମାସ କଥାବାର୍ତ୍ତା ବା ଭାବ ବିନିମୟ କରି ବିବାହ କରିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଯେ ନିର୍ବୋଧତା, ତାହା ଏବେ ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି। ଭାବ ପ୍ରବଣତାର ବଶବର୍ତ୍ତୀ ହୋଇ ଜୀବନର ଏଭଳି ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇନଥାଏ। ଏଭଳି ସୂତ୍ରରେ ଏବଂ ଏତେ ଶୀଘ୍ର କୌଣସି ବ୍ୟକ୍ତିଙ୍କୁ ଜାଣିବା ଓ ପରଖିବା ସମ୍ଭବ ନୁହେଁ। ତେଣୁ, ସମୟ ଲାଗୁ ବରଂ ବାହାଘର ନିଷ୍ପତ୍ତି ନେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିନେବା ଜରୁରୀ।

ବାହାଘର କେବଳ ବର ବା କନ୍ୟାଙ୍କ ଜୀବନକୁ ପ୍ରଭାବିତ କରି ନ ଥାଏ, ଏଥିରେ ଦୁଇଟି ପରିବାର ଏବଂ ଅନେକ ଲୋକ ପ୍ରଭାବିତ ହୁଅନ୍ତି। ଏମିତି ଅପରିପକ୍ବ ନିଷ୍ପତ୍ତିରୁ ହୋଇଥିବା ବାହାଘରରେ କେମିତି ହତ୍ୟା, ହିଂସା, ପ୍ରତାରଣା, ପ୍ରବଞ୍ଚନା, ଠକେଇମାନ ଘଟୁଛି, ତା’ର ଅନେକ ଉଦାହରଣ ପ୍ରତିଦିନ ଦେଖିବାକୁ ମିଳୁଛି। ଏହି କାରଣରୁ ବର୍ତ୍ତମାନ ବିବାହଗୁଡ଼ିକ ଖୁବ୍ ବିବାଦୀୟ ହୋଇ ଉଠୁଛି। ତେଣୁ ଯୁବକଯୁବତୀମାନେ ଏ ବାବଦ‌େର ଖୁବ୍‌ ସାବଧାନ, ସଚେତନ, ଦୂରଦୃଷ୍ଟି ସଂପନ୍ନ ଏବଂ ପରିପକ୍ବ ହେବା ଜରୁରୀ।
କାନୁନ୍ ତ୍ରିପାଠୀ
ବ୍ରହ୍ମ ବିହାର, ବରଗଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe