ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ

Advertisment
ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ

Times of India

୨୦୦୯ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫% ଆସନ ଆରକ୍ଷଣ ବ୍ୟବସ୍ଥା ରହିଛି। ହେଲେ କେତେକ ସ୍କୁଲ ଏହି ଯୋଜନାରେ ନାମଲେଖା ପାଇଁ ଅଭିଭାବକ ଓ ପିଲାଙ୍କୁ ମନା କରୁଥିବା ଅଭିଯୋଗ ହେଉଛି। ଆମ ରାଜ୍ୟରେ ଗତ ବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହି ନିୟମାନୁସାରେ ରାଜ୍ୟରେ ଗଣଶିକ୍ଷା ବିଭାଗ ‘ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ’ ଉନ୍ମୋଚନ କରିଥିଲା।

ଏଥିରେ ସବୁ ସ୍କୁଲ ୨୫% ଆସନ ଆରକ୍ଷଣ ବିଷୟରେ ତଥ୍ୟ ଦେବା ସହିତ ପିଲାମାନେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି। କିନ୍ତୁ କେତେକ ସ୍କୁଲ ଏହି ଯୋଜନାରେ ନାମ ଲେଖାଇବା ପାଇଁ ଅଭିଭାବକ ଓ ପିଲାଙ୍କୁ ମନା କରୁଥିବା କାରଣରୁ ଗତ ବର୍ଷ ସେଥିରେ ମାତ୍ର ପାଞ୍ଚ ହଜାର ପିଲା ନାମ ଲେଖାଇପାରିଥିଲେ। ଏହା ମଧ୍ୟ ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ। ଚଳିତବର୍ଷ ମଧ୍ୟ ପ୍ରାୟ ୧୫ ହଜାର ପିଲା ନାମଲେଖା ପାଇଁ ପୋର୍ଟାଲରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଲେ ପାଖାପାଖି ୭୦ ହଜାରରୁ ଅଧିକ ଗରିବ ପିଲା ଉତ୍ତମ ମାନର ଶିକ୍ଷା ହାସଲ କରିପାରନ୍ତେ। ପୂର୍ବରୁ ଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଯେଉଁ ସ୍କୁଲ ନିୟମ ମାନୁନାହିଁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ଅଧିକାରୀମାନେ ଅଭିଯୋଗ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ମୋର ଅନୁରୋଧ।
ସତ୍ୟ ମହାପାତ୍ର
ସେକ୍ଟର-୬, କଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe