ପଲିଥିନ ବ୍ୟବହାର କମୁନି କାହିଁକି?

Advertisment
ପଲିଥିନ ବ୍ୟବହାର କମୁନି କାହିଁକି?

ପ୍ଲାଷ୍ଟିକ୍‌ ପ୍ରଦୂଷଣର ଭୟାବହତା କଥା ସମସ୍ତେ ଜାଣନ୍ତି। ସେଇ ପରିପ୍ରେକ୍ଷୀରୁ ଆମ ରାଜ୍ୟ ସରକାର ଗତ ୨୦୧୮ ଅକ୍ଟୋବର ପହିଲାରୁ ପଲିଥିନ ବ୍ୟବହାର ଉପରେ ନିଷେଧାଦେଶ ଲଗାଇଥିଲେ। ଇତିମଧ୍ୟରେ ଚାରି ବର୍ଷ ବିତିବାକୁ ବସିଲାଣି। ମାତ୍ର ପଲିଥିନ ବ୍ୟବହାର ପୂର୍ବବତ୍‌ ଚାଲିଛି। ଏହି ଆଇନକୁ କେହି ମାନୁ ନାହାନ୍ତି। ତେଣୁ ସରକାରଙ୍କୁ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ପଡ଼ିବ। ଜନସାଧାରଣ ଏଥିରେ ସହଯୋଗ କଲେ ଏ କଟକଣାର ଅନୁପାଳନ ସହଜ ହେବ।

ଏଠି ସମସ୍ତେ ବାକ୍ୟବୀର ଭଳି ଲାଗୁଛନ୍ତି। କାରଣ ଦେଖିବାକୁ ମିଳୁଛି ଯେ ଯେଉଁ ସଭାସମିତିରେ ପ୍ଲାଷ୍ଟିକ ଆବର୍ଜନା ନେଇ ଭାଷଣବାଜି ହେଉଛି, ସେଠି ମଧ୍ୟ ପ୍ଲାଷ୍ଟିକ୍ କପ୍‌ରେ ଚା’ ଦିଆଯାଉଛି। ଯେଉଁମା‌ନେ ଏ ବାବଦରେ ଆଲେଖ୍ୟମାନ ଲେଖୁଛନ୍ତି, ସେମାନେ ବଜାରକୁ ଗଲେ କନା ବ୍ୟାଗ ନେଇ ଯାଉ ନାହାନ୍ତି ଓ ପଲିଥିନରେ ଜିନିଷ ଧରି ଘରକୁ ଫେରୁଛନ୍ତି। ଏଣୁ କେବଳ ସଚେତନତା ନୁହେଁ, ପ୍ଲାଷ୍ଟିକର ବିପଦକୁ ଉପଲବ୍‌ଧି କରୁଥିବା ଲୋକ ହିଁ ତାହାକୁ ବର୍ଜନ କରିବେ। କିନ୍ତୁ ସେମାନଙ୍କ ସଂଖ୍ୟା ନଗଣ୍ୟ। ତେଣୁ ପଲିଥିନର ବ୍ୟବହାରରେ ହ୍ରାସ ଘଟୁନାହିଁ।
ସତ୍ୟଜିତ ମହାପାତ୍ର
ସହିଦ ନଗର, ଭୁବ‌େନଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe