ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ମହିଳାଙ୍କ ସଂଖ୍ୟା ଅଧିକ

Advertisment

ପୂର୍ବରୁ ୪୦ ବର୍ଷ ବୟସ ପରେ ଆଣ୍ଠୁଗଣ୍ଠି ବାତ ରୋଗ ଦେଖାଯାଉଥିଲା। କିନ୍ତୁ ଏବେ ଅଳ୍ପ ବୟସର ଯୁବକଯୁବତୀ ମଧ୍ୟ ଏପରି ଗଣ୍ଠି ଦରଜ ସମ୍ୱନ୍ଧୀୟ ରୋଗରେ ପୀଡ଼ିତ ହେଉଛନ୍ତି। ଏପରି ହେବାର କାରଣ କ’ଣ? ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବିଶେଷଜ୍ଞ ଡାକ୍ତର।

gdjdgnccnnb

  ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ କାହିଁକି ବଢୁଛି?
ପରିବର୍ତ୍ତିତ ଜୀବନଧାରା, ବିଳାସବ୍ୟସନ, କମ୍‌ ପରିଶ୍ରମ, ମେଦବହୁଳତା ଓ ଖାଦ୍ୟରେ ଅନିୟମିତତା ଆଣ୍ଠୁଗଣ୍ଠି ବାତ ସମସ୍ୟା ବୃଦ୍ଧିର ମୁଖ୍ୟ କାରଣ।
 କେଉଁ ବୟସରେ ଏହି ରୋଗ ଅଧିକ ଦେଖାଯାଉଛି?
ଆଜିକାଲି ଯୁବପିଢ଼ି ଏହାର ଶିକାର ହେବା ସହିତ ମହିଳାମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଉଛି। ମହିଳାଙ୍କ ଶରୀରରେ ଥିବା ଇଷ୍ଟ୍ରୋଜେନ୍‌ ହର୍ମୋନ୍‌ ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ପ୍ରତିକ୍ରିୟାଶୀଳ କରିଦେଇଥାଏ। ଫଳରେ ୧୫ରୁ ୪୫ ବର୍ଷ ମହିଳାଙ୍କଠାରେ ଏହା ଅଧିକ ଦେଖାଯାଉଛି। ଏହି ରୋଗରେ ସମସ୍ତ ଗଣ୍ଠି ଫୁଲି ଦରଜ ହୁଏ। ସକାଳୁ ଉଠିଲେ ଏହି ଯନ୍ତ୍ରଣାର ପରିମାଣ ଅଧିକ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଏହାର ଚିକିତ୍ସା କରାଇବା ଉଚିତ।
 ଗାଉଟ୍‌ ଆର୍ଥ୍ରାଇଟିସ୍ କ’ଣ? ଏହାର ଚିକିତ୍ସା କ’ଣ ରହିଛି?
ଏହା ହାଡ଼ର ଏକ ପ୍ରକାର ମେଟାବୋଲିକ୍‌ ରୋଗ। ସାଧାରଣତଃ ମଧ୍ୟବୟସ୍କ ପୁରୁଷମାନଙ୍କ ଠାରେ ଏହି ରୋଗ ଦେଖାଯାଇଥାଏ। ରକ୍ତରେ ୟୁରିକ୍‌ ଏସିଡ୍‌ ବଢ଼ିଯାଏ। ଯାହା ଜମାଟ ବାନ୍ଧି ସଂଲଗ୍ନ ତନ୍ତୁରେ ରହି ଫୁଲିବା ସହ ଯନ୍ତ୍ରଣା ଦେଇଥାଏ। ଏହି ରୋଗ ହଠାତ୍‌ ଦେଖାଯାଇଥାଏ ଏବଂ ଅନେକ ସ୍ଥଳରେ ବହୁଦିନ ପର୍ଯ୍ୟନ୍ତ ରହି ରୋଗୀକୁ କଷ୍ଟ ଦିଏ। ଗଣ୍ଠିରେ ପାଣି ଜମିଗଲେ ଏହା ଅଧିକ ଯନ୍ତ୍ରଣା ଦେଇଥାଏ। କ୍ରମେ ଆଙ୍ଗୁଠିଗୁଡ଼ିକ ବିକୃତ ଦେଖାଯାଏ। ଶୀତଦିନରେ ଏହି ରୋଗୀମାନେ ଅଧିକ ଯନ୍ତ୍ରଣା ପାଇଥାନ୍ତି। ଔଷଧ ସହ ବିଶ୍ରାମ, ଅଧିକ ପାଣି, ଫଳରସ ପିଇବା ପାଇଁ ପରାମର୍ଶ ଦିଆଯାଏ। ସମୟେ ସମୟେ ଫୁଲା ସ୍ଥାନରୁ ପାଣି କାଢ଼ିନେଲେ ରୋଗୀକୁ ଆରାମ ମିଳିଥାଏ।
 ଆର୍ଥ୍ରାଇଟିସ୍ ହେବା ପୂର୍ବରୁ ଶରୀରରେ କେଉଁ ଲକ୍ଷଣ ଦେଖାଯାଏ?
ଆର୍ଥ୍ରାଇଟିସ୍‌ ହେଲେ ଗଣ୍ଠିରେ ଯନ୍ତ୍ରଣା ସହିତ ଫୁଲା ସମସ୍ୟା ଆରମ୍ଭ ହୁଏ, ପ୍ରଭାବିତ ଗଣ୍ଠିର ଉପର ଭାଗ ଲାଲ ହୋଇପାରେ। ବେଳେବେଳେ ସ୍ପର୍ଶ କଲେ ଉଷ୍ମତା ଅନୁଭବ ହୁଏ, ଗଣ୍ଠିକୁ ଚଳାଇବାରେ ଅସୁବିଧା ହୋଇପାରେ। ଏସବୁ ଆର୍ଥ୍ରାଇଟିସ୍‌ର ସାଧାରଣ ଲକ୍ଷଣ। ଯଦି ଆପଣ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ସମୟ ସହିତ ସମସ୍ୟା ଅଧିକ ଗମ୍ଭୀର ହୋଇପାରେ।
 ଏହାର ଘରୋଇ ଚିକିତ୍ସା କ’ଣ ରହିଛି?
ଘରୋଇ ଚିକିତ୍ସା ସ୍ବରୂପ ପ୍ରଥମେ ନିଜର ଜୀବନଶୈଳୀ ଉପରେ ଧ୍ୟାନ ଦେବା ଉଚିତ। ନିୟମିତ ବ୍ୟାୟାମ ସହିତ ଖାଦ୍ୟପେୟ ନେଇ ସଜାଗ ରହିବାକୁ ପଡ଼ିଥାଏ। ଖାଦ୍ୟରେ ଭିଟାମିନ୍‌ ସି, ଇ ସହିତ ବ୍ରୋକୋଲି, ସଜନା ଶାଗ, ରସୁଣ, ମଞ୍ଜି ଜାତୀୟ ଦ୍ରବ୍ୟ ସହିତ ଛେନା, ଦହି, କ୍ଷୀରର ମାତ୍ରା ଅଧିକ ରଖିବା ସହିତ ପ୍ରାଣୀ ଜାତୀୟ ଖାଦ୍ୟ ସାମଗ୍ରୀ ବାରଣ କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe