ଧୈର୍ଯ୍ୟର ମେରୁ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ସ୍ମୃତି କଥାରୁ ଗୋଟିଏ।

ଥରେ ସେ ଘର ବାହାରେ ଛିଡ଼ା ହୋଇଥିବା ବେଳେ ଦେଖିଲେ ଯେ ଜଣେ ବୟସ୍କ ମୁସଲମାନ ବ୍ୟକ୍ତି କୁର୍ତ୍ତା ପାଇଜାମା ପିନ୍ଧି ହାତରେ ବାଡ଼ି ଧରି ସାଂଧ୍ୟ ଭ୍ରମଣରେ ବାହାରିଛନ୍ତି। ଧୀର ପଦବ୍ରଜ। ଏହି ସମୟରେ ଜଣେ ଲୋକ, ସମ୍ଭବତଃ ତାଙ୍କର ଚାକର, ଦୌଡ଼ି ଆସି ଖବର ଦେଲା- ମିର ସାହିବ, ଆପଣଙ୍କ ଘରେ ନିଆଁ ଲାଗି ଯାଇଛି।

ବିଦ୍ୟାସାଗର ଲେଖିଛନ୍ତି ଯେ ସେ ଭଦ୍ରଲୋକ ଏହି କଥା ଶୁଣିଲେ, କିନ୍ତୁ ତାଙ୍କ ମୁଖମଣ୍ଡଳରେ କୌଣସି ପରିବର୍ତ୍ତନ ହେଲା ନାହିଁ। ସେ ସେମିତି ପୂର୍ବ ଭଳି ଚାଲିବାରେ ଲାଗିଲେ।

ଚାକର ଆଗରେ ଦୌଡ଼ିଲା। ବିଦ୍ୟାସାଗରଙ୍କ ମନରେ କୌତୂହଳ ଜାତ ହେଲା। ସେ ସେହି ଭଦ୍ରବ୍ୟକ୍ତିଙ୍କ ପଛେପଛେ ଚାଲିଲେ। ସେ ଭଦ୍ରବ୍ୟକ୍ତି ନିଜ ଘରେ ପହଞ୍ଚିଲେ ଏବଂ ବାହାରେ ଛିଡ଼ା ହୋଇ ବିପତ୍ତିର ମୁକାବିଲା କେମିତି କରାଯିବ ସେ ନେଇ ଆଦେଶ ଏବଂ ପରାମର୍ଶମାନ ଦେଲେ। ନିଆଁକୁ ଆୟତ୍ତ କରାଗଲା। କିନ୍ତୁ ସେ ସେମିତି ଅବିଚଳିତ ଥିଲେ।

ବିଦ୍ୟାସା‌ଗର ଲେଖିଛନ୍ତି ଯେ ଜୀବନରେ ସେ ଏମିତି ଜଣେ ଲୋକ ଆଗରୁ କେବେ ହେଲେ ଦେଖି ନ ଥିଲେ। ସେ ତାଙ୍କ ପାଖକୁ ଯାଇ ପଚାରିଲେ- ଘରେ ନିଆଁ ଲାଗିଛି, ତଥାପି ଆପଣ କେମିତି ଏମିତି ଅବିଚଳିତ ହୋଇ ରହି ପାରିଲେ?

ବୃଦ୍ଧ ଭଦ୍ରଲୋକ କହିଲେ- ନିଆଁ ମାତ୍ର ଲାଗିଛି! ସେଥି ଲାଗି କ’ଣ ମୁଁ ‌ଜୀବନ ଯାକ ଯେମିତି ଚାଲି ଆସୁଛି, ତାକୁ ବଦଳାଇ ଦେବି?

ବିଦ୍ୟାସାଗର ଲେଖିଛନ୍ତି, ‘ଧୈର୍ଯ୍ୟର ଜଣେ ମେରୁଙ୍କୁ ସେ ସେହି ଦିନ ଦେଖିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe