ପ୍ରକୃତ ସ୍ନେହ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଥରେ ଜଣେ ରାଜା ଏକ ଅତି ସୁନ୍ଦର ପକ୍ଷୀ ଦେଖିଲେ। ରାଜା ସେଇ ପକ୍ଷୀଟିକୁ ଧରିବାକୁ ଚେଷ୍ଟା କରି ବିଫଳ ହେଲେ। ପକ୍ଷୀଟି ଉଡ଼ିଗଲା ପରେ ରାଜା ବିରସ ହୋଇଗଲେ। ପକ୍ଷୀଟିର ପ୍ରେମରେ ସେ ଏମିତି ପଡ଼ିଯାଇଥିଲେ ଯେ ରାତିରେ ତାଙ୍କର ନିଦ ହେଲା ନାହିଁ। ଶେଷରେ ରାଜା ଘୋଷଣା କଲେ ଯେ ପକ୍ଷୀଟିକୁ ଯିଏ ଧରି ଆଣିବ ରାଜା ତାକୁ ବିପୁଳ ପୁରସ୍କାର ଦେବେ। ତା’ ପରେ ରାଜା ଏକ ଚମତ୍କାର ସୁନାର ପଂଜୁରି ତିଆରି କରି ପକ୍ଷୀକୁ ଅପେକ୍ଷା କରି ରହିଲେ।
କିଛି ଦିନ ପରେ ଦରବାରରେ ପହଞ୍ଚିଲେ ଜଣେ ବନବାସୀ ଶବର, ଯାହାଙ୍କ କାନ୍ଧରେ ସେହି ପକ୍ଷୀଟି ବସିଥିଲା। ରାଜା ଏହା ଦେଖି ଖୁସିରେ ଉଲ୍ଲସିତ ହୋଇ ଉଠିଲେ। ସେହି ବ୍ୟକ୍ତିଙ୍କୁ ରାଜା ପୁରସ୍କାର ଦେବେ ବୋଲି ଗଦଗଦ ହୋଇ କହି ପକାଇଲେ। କିନ୍ତୁ ତାଙ୍କୁ ଚକିତ କରି ପକ୍ଷୀଟି ମଣିଷ ଭଳି କଣ୍ଠରେ କହିଲା- ରାଜା ଆପଣ ମୋତେ ଭଲ ପାଉଥିବାର କୌଣସି ଲକ୍ଷଣ ତ ଦେଖିପାରୁନାହିଁ! ଯଦି ଆପଣ ମୋତେ ଭଲ ପାଉଥାଆନ୍ତି ତେବେ ପ୍ରଥମେ ପଂଜୁରିର ବନ୍ଧନରେ ରଖିବାର ଆକାଂକ୍ଷା ପରିହାର କରନ୍ତୁ। ଆମ ଭିତରେ ସ୍ନେହ ଥିଲେ ବିନା ପଞ୍ଜୁରିରେ ବି ଆପଣ ମୋତେ ଆପଣଙ୍କ ପାଖରେ ପାଇବେ। ଏବେ ଯେମିତି ମୋତେ ଦେଖୁଛନ୍ତି। ବିନା ବନ୍ଧନରେ ବି ମୁଁ ଏହି ବନବାସୀଙ୍କ ସହିତ ରହିଛି।
ରାଜା ଏହା ଶୁଣି ଚମତ୍କୃତ ହେଲେ। ସେ ବୁଝି ପାରିଲେ ଯେ ପ୍ରକୃତ ସ୍ନେହ ବନ୍ଧନ ମୁକ୍ତ କରାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe