ଅମିତାଭ ଦୁନିଆର ପ୍ରଥମ ପିତା ଯିଏକି  ନିଜ ପୁଅକୁ ବୃଦ୍ଧାଶ୍ରମ ପଠାଉଛନ୍ତି

Advertisment
ଅମିତାଭ ଦୁନିଆର ପ୍ରଥମ ପିତା ଯିଏକି  ନିଜ ପୁଅକୁ ବୃଦ୍ଧାଶ୍ରମ ପଠାଉଛନ୍ତି

The Indian Express

ମୁମ୍ବାଇ :ବଲିଉଡର କଳାକାର ଅମିତାଭ ବଚ୍ଚନ ଏବଂ ଋଷି କପୁର ପ୍ରାୟ ୨୭ ବର୍ଷ ପରେ '୧୦୨ ନଟ ଆଉଟ' ଚଳଚ୍ଚିତ୍ର ଜରିଆରେ ବଡ଼ ପରଦାରେ ନଜର ଆସିବା ପାଇଁ ଯାଉଛନ୍ତି । ଆଜି ଚଳଚ୍ଚିତ୍ରର ପ୍ରଥମ ଟିଜର ରିଲିଜ ହୋଇଥିବା ବେଳେ ଏଥିରେ ଦୁହେଁ ବୁଢ଼ା ହୋଇଯାଇଥିବା ବାପ-ପୁଅଙ୍କର ଚରିତ୍ରରେ ଦେଖାଯାଇଛନ୍ତି।

ଚଳଚ୍ଚତ୍ରଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏଥିରେ ଋଷି ଏବଂ ଅମିତାଭ ଦୁହେଁ ଏକ ଭିନ୍ନ ଲୁକରେ ଦେଖାଦେବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ଟିଜରରେ ଅମିତାଭ ଏବଂ ଋଷି ବୁଢ଼ା ବାପା-ପୁଅର ଚରିତ୍ରରେ ଦେଖାଯାଉଛନ୍ତି । ଏତେ ବୟସ ହୋଇଥିବା ପରେ ମଧ୍ୟ ଦୁହେଁ ଜୀବନର ଭରପୁର ମଜା ଉଠାଉଥିବାର ଦେଖାଯାଉଛନ୍ତି । ଟିଜରରେ ଅମିତାଭ ଏକ ସଂଳାପରେ କହିଛନ୍ତି,  ‘ମୁଁ ଦୁନିଆର ପ୍ରଥମ ବାପା ଯିଏ ନିଜ ପୁଅକୁ ବୃଦ୍ଧାଶ୍ରମକୁ ପଠାଉଛି।’ ଏହି ସମୟରେ ଋଷି କପୁର  କାନ୍ଦୁଥିବାର ଦେଖାଯାଉଛି। ତେବେ ଟିଜରରୁ ଜଣାପଡ଼ୁଛି କି ଚଳଚ୍ଚିତ୍ରଟିର କାହାଣୀ ନିଶ୍ଚିତଭାବେ ଭିନ୍ନ ହୋଇଥିବ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଉମେଶ ଶୁକ୍ଳା ଥିବା ବେଳେ ଏହା ମେ ୪ ରିଲିଜ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe