ପୁଣି ବଦଳିଲା ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ‘2.0’ ର ରିଲିଜ୍‌ ତାରିଖ !

Advertisment
ପୁଣି ବଦଳିଲା ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ‘2.0’ ର ରିଲିଜ୍‌ ତାରିଖ !

photo-jagaran

ମୁମ୍ବାଇ: ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘2.0’ ରିଲିଜ୍‌ ହେବା ପୂର୍ବରୁ ରେକର୍ଡ଼ ବ୍ରେକ୍‌ କରୁଛି। ଏହାର ରିଲିଜ୍‌ ତାରିଖ ପୁଣି ଥରେ ବଦଳିଯାଇଥିବାର ସୂଚନା ମିଳୁଛ। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ, ୨୦୧୭ ଦୀପାବଳିରେ ‘2.0’ ରିଲିଜ୍‌ ହେବ,ହେଲେ ତା’ପରେ କୁହାଗଲା ଏହା ୨୦୧୮ ଜାନୁଆରି ୨୬ ତାରିଖରେ ମୁକ୍ତିଲାଭ କରିବ। କିନ୍ତୁ ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ ମ୍ୟାନ୍‌’ ଏହି ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହେବା ପରେ ପୁଣି ଘୁଞ୍ଚଥିଲାଏହାର ରିଲିଜ୍‌ ତାରିଖ। ଅବଶେଷରେ ନିଜେ ନିର୍ଦ୍ଦେଶକ ଶଙ୍କର ତାଙ୍କର ଏହି ବହୁ ପ୍ରତୀକ୍ଷିତ ସିନେମା ଆଗାମୀ ୨୦୧୮ ଏପ୍ରିଲ୍‌ ୧୪ ତାରିଖରେ ରିଲିଜ୍‌ ହେବ ବୋଲି ନିଜର ଟ୍ଵିଟରରେ ଘୋଷଣା କରିଥିଲେ।

କିନ୍ତୁ ମିଡ଼ିଆରେ ପ୍ରକାଶିତ ଖବର ଅନୁଯାୟୀ, ‘2.0’ ଏବେ ଏପ୍ରିଲ୍‌ ୧୪ରେ ରିଲିଜ୍‌ ହେବ ନାହିଁ,ବରଂ ଏହାର ଗୋଟିଏ ବା ଦୁଇ ମାସପରେ ରିଲିଜ୍‌ ହେବ। ଖୁବ୍‌ଶୀଘ୍ର ଏହି ସିନେମାର ଟିଜର ଲଞ୍ଚ୍‌ ହେବ ଏବଂ ସେହି ସମୟରେ ଫିଲ୍ମର ରିଲିଜ୍‌ ତାରିଖ ଘୋଷିତ ହେବ।

publive-image photo--indianexpress

୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରଜନୀକାନ୍ତଙ୍କ ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ ୧୬ କୋଟିରେ ବିକ୍ରି ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-୨’ ମାତ୍ର ୧୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଥିଲା। ‘2.0’ ,ଏ ଦୃଷ୍ଟିରୁ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍‌ କରିସାରିଛି ବୋଲି କୁହାଯାଇପାରେ। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍‌ ମଧ୍ୟ ଲିଡ଼ ରୋଲ୍‌ରେ ଅଛନ୍ତି। ଏହା ସାରା ବିଶ୍ୱରେ ୭ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ। ଓସ୍କାର ବିଜେତା ଏ.ଆର୍‌ ରହେମାନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe