ରାମ ଚରଣଙ୍କ ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟକୁ ଆସିଥିବା ୨ପ୍ରଶଂସକ ମୃତ

ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର'ର ପ୍ରି-ରିଲିଜ୍ ଇଭେଣ୍ଟକୁ ଆସିଥିବା ୨ପ୍ରଶଂସକ ମୃତ। ୨ଯୁବକ ପ୍ରି-ରିଲିଜ୍ ଇଭେଣ୍ଟକୁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

tramch

ରାଜାମୁଣ୍ଡ୍ରୀ(ଆନ୍ଧ୍ରପ୍ରଦେଶ): ଗ୍ଲୋବାଲ ଷ୍ଟାର ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର' ଜାନୁଆରି ୧୦ରେ ରିଲିଜ୍ ହେବ। ଏବେ ଫିଲ୍ମର କଳାକାର ଏହାର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ତେବେ ଫିଲ୍ମ ରିଲିଜ୍ ହେବା ଆଗରୁ ଏକ ଅଘଟଣ ଘଟିଛି। ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟକୁ ଆସିଥିବା ୨ପ୍ରଶଂସକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨ଯୁବକ  ପ୍ରି-ରିଲିଜ୍ ଇଭେଣ୍ଟକୁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁହିଁଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେମାନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଆରବ ମଣିକାନ୍ତ (୨୩) ଏବଂ ଥୋକଡା ଚରଣ (୨୨)।

ମିଳିଥିବା ସୂଚନା ମୁତାବକ, ଦୁହେଁ ଶନିବାର ପ୍ରି-ରିଲିଜ୍ ଇଭେଣ୍ଟରେ ଯୋଗ ଦେଇ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଭ୍ୟାନ୍ ଦୁହିଁଙ୍କୁ ଧକ୍କା ଦେଇ ସେଠାରୁ ଚାଲିଯାଇଥିଲା। ଦୁହିଁଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେମାନଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପ‌ରେ ଗେମ୍ ଚେଞ୍ଜରର ପ୍ରଯୋଜକ ଦିଲ୍ ରାଜୁ ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଏହା ସହ ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ ରାଜୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe