ଘରେ ୨ ଜଣ ଅଜଣା ବ୍ୟକ୍ତି ପଶିଥିବା କହିଲେ ତନୁଶ୍ରୀ ଦତ୍ତ

ଘରେ ୨ ଜଣ ଅଜଣା ବ୍ୟକ୍ତି ପଶିଥିବା କହିଲେ ତନୁଶ୍ରୀ ଦତ୍ତ

ମୁମ୍ବାଇ: ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଛାଇ ରହିଛି ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଖବର। ଅଭିନେତା ନାନା ପାଟେକର ଓ ସିନେ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ତନୁଶ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେମାନଙ୍କ ପକ୍ଷରୁ ତନୁଶ୍ରୀଙ୍କୁ ଆଇନ୍‌ ନୋଟିସ୍‌ ମଧ୍ୟ ଜାରି କରାଯାଇଛି।

ଅଭିନେତ୍ରୀ ତନୁଶ୍ରୀ ଏବେ କହିଛନ୍ତି କି ଏପରି ସ୍ଥିିତିରେ ତାଙ୍କ ଘର ଭିତରୁ ୨ ଜଣ ଅଜଣା ବ୍ୟକ୍ତି ପଶିବାକୁ ଉଦ୍ୟମ କରିଥିଲେ। ତାଙ୍କ ଘର ଚାରିପାଖରେ ଜଗିଥିବା ପୁଲିସ୍‌ କର୍ମୀ ମଧ୍ୟାହ୍ନ ଭୋଜନ ପାଇଁ ଯିବା ସମୟରେ ୨ ଜଣ ବ୍ୟକ୍ତି ଏହି ଉଦ୍ୟମ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ପୁଲିସ୍‌ ଆସିବାରୁ ତାଙ୍କୁ ପୁଣିଥରେ ସୁରକ୍ଷା ମିଳିବାରୁ ସେ ଆଶ୍ୱସ୍ତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ‘ଆସିକ୍‌ ବନାୟା ଆପ୍‌ନେ’ର ନାୟିକା ତନୁଶ୍ରୀ ୨୦୦୭ ମସିହାରେ ‘ଓକେ ହର୍ଣ୍ଣ ପ୍ଲିଜ୍‌’ ସୁଟିଂ ସମୟରେ ନାନା ପାଟେକରଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା କଥା ଦୀର୍ଘ ୧୦ ବର୍ଷ ପରେ କରିବା ପରେ ଏହି ଘଟଣା ଏବେ ଗଣମାଧ୍ୟମରେ ପ୍ରମୁଖ ଘଟଣା ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe