NDTV.com
ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଅଭିନେତା ତଥା ସ୍କ୍ରିନ୍ରାଇଟର୍ ଶିବ୍ ସୁବ୍ରମଣ୍ୟମଙ୍କର ଦେହାନ୍ତ ହୋଇଛି। ତାଙ୍କର ଏପ୍ରିଲ୍ ୧୦ ତାରିଖରେ ମୁମ୍ବାଇରେ ଦେହାନ୍ତ ହୋଇଥିବା ସୂଚନା ରହିଛି। ତାଙ୍କୁ ଲୋକେ ‘ଟୁ ଷ୍ଟେଟ୍ସ’ ଓ ‘ମୀନାକ୍ଷୀ ସୁନ୍ଦରେଶ୍ବର’ ଚଳଚ୍ଚିତ୍ର ପାଇଁ ବିଶେଷ ଭାବେ ମନେ ରଖିବେ। ତାଙ୍କ ମୃତ୍ୟୁର କାରଣ ଏଯାବତ୍ ଜଣାପଡ଼ିନାହିଁ।
ସିନେ ନିର୍ମାତା ହନ୍ସଲ୍ ମେହେଟ୍ଟା ଏ ନେଇ ତାଙ୍କ ଟ୍ବିଟର୍ରେ ଏକ ପୋଷ୍ଟ୍ ସେୟାର କରିଛନ୍ତି। ସିନେ ନିର୍ମାତା ଅଶୋକ ପଣ୍ଡିତ ବି ଟ୍ବିଟ୍ରରେ ଏକ ପୋଷ୍ଟ୍ ଦେଇ ସୁବ୍ରମଣ୍ୟମଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ମୋର ପ୍ରିୟ ବନ୍ଧୁ ଓ ଜଣେ ଭଲ ଅଭିନେତା ସୁବ୍ରମଣ୍ୟମଙ୍କ ଦେହାନ୍ତ ଏକ ଅତ୍ୟନ୍ତ ଦୁଃଖର ବିଷୟ। ତାଙ୍କ ପତ୍ନୀ ଦିବ୍ୟାଙ୍କୁ ମୋର ହୃଦୟରୁ ସମବେଦନା। ଏପରି କଠିନ ସମୟକୁ ସାମ୍ନା କରିବାକୁ ଭଗବାନ ତାଙ୍କୁ ସାହସ ଦିଅନ୍ତୁ।’
୧୯୮୯ ମସିହାରେ ‘ପରିନ୍ଦା’ ଓ ସୁଧୀର ମିଶ୍ରଙ୍କ ‘ହଜାରେ ଖ୍ବାଇସେଁ ଏସି’ ଚଳଚ୍ଚିତ୍ରରେ ସୁବ୍ରମଣ୍ୟମ ସ୍କ୍ରିନ୍ପ୍ଲେ ଲେଖି ଶ୍ରେୟ ସାଉଁଟିଥିଲେ। ‘ଟୁ ଷ୍ଟେଟ୍ସ’ ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କ ବାପାଙ୍କ ଭୂମିକାରେ ନଜର ଆସି ସେ ଅନେକଙ୍କ ହୃଦୟ ଜିଣିଛନ୍ତି। ସେ ଶେଷଥର ପାଇଁ ନେଟ୍ଫ୍ଲିକ୍ସ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ବର’ରେ ଦେଖିବାକୁ ମିଳିଥିଲେ।
Follow Us