୨୦୧୮ ବାବୁସାନଙ୍କ ବର୍ଷ ହେବ!

୨୦୧୮ ବାବୁସାନଙ୍କ ବର୍ଷ ହେବ!

ଓଲିଉଡର ଷ୍ଟାର୍‌ ସନ୍‌ ବାବୁସାନ୍‌ ପୁଣି ଏବର୍ଷ ବାଜିମାତ୍‌ କରିବେ ବୋଲି ଚର୍ଚ୍ଚା ହେଉଛି। ୨୦୧୬ରେ ଓ ୨୦୧୭ରେ ବାବୁସାନ୍‌ଙ୍କୁ ଚାରିଟି ଲେଖାଏଁ ଓଡ଼ିଆ ଛବିରେ ଦେଖିବାକୁ ମିଳିଥିଲା ଠିକ୍‌ ସେହିଭଳି ୨୦୧୮ରେ ମଧ୍ୟ ଓଲିଉଡ଼୍‍ର ହିରୋମାନଙ୍କ ଭିତରୁ ବାବୁସାନ୍‌ଙ୍କର ସବୁଠୁଁ ବେଶି ସିେନେମା ରିଲିଜ୍‌ ହେବାର ସମ୍ଭାବନା ଉଜ୍ଜଳ ଜଣାଯାଉଛି। କାରଣ ଅନ୍ୟ ଟପ୍‌ ହିରୋ ଅନୁଭବ, ଅରିନ୍ଦମ୍‌ ବା ସବ୍ୟସାଚୀଙ୍କ ଅପେକ୍ଷା ବାବୁସାନଙ୍କ ସିନେମାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।

publive-image

ହଁ ଏ ବର୍ଷ ଆରମ୍ଭରେ ତ ବାବୁସାନ୍‌ଙ୍କ ଅଭିନୀତ ନୂଆ ସିନେମା ‘ଓନ୍‌ଲି ପ୍ୟାର୍‌’ରିଲିଜ୍‌ ହୋଇଛି।ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍‌ ଫିଲ୍ମ ଜାନୁଆରି ୧୨ ତାରିଖରେ ରିଲିଜ୍‌ ହେବାର ଧାର୍ଯ୍ୟ ହୋଇଛି।ଏଥିରେ ତାଙ୍କ ବିପକ୍ଷରେ ସୁପ୍ରିୟା ଅଛନ୍ତି ଫିମେଲ ଲିଡରେ। ଆଗରୁ ସୁପ୍ରିୟା ବାବୁସାନଙ୍କ ସହ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ରେ ନଜର ଆସିଥିଲେ। ସେ ନୂଆ ବର୍ଷ ବ୍ୟତୀତ ରଜ,ଦଶହରା ଅବସରରେ ରିଲିଜ ହେବାକୁ ଥିବା ସିନେମାରେ ନଜର ଆସିବେ ବୋଲି କୁହାଯାଉଛି। ଏ ଦୃଷ୍ଟିରୁ ସେ ଏବର୍ଷ ମଧ୍ୟ ସବୁଠୁ ବେଶି ଚର୍ଚ୍ଚାରେ ରହିବେ ବୋଲି କୁହାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe