ବାଲାକୋଟ୍ ଏୟାରଷ୍ଟ୍ରାଇକର ନିର୍ମାଣ ପାଇଁ ହାତ ମିଳାଇଲେ ଏହି ୪ ନାମୀଦାମୀ ପ୍ରଯୋଜକ

ବାଲାକୋଟ୍ ଏୟାରଷ୍ଟ୍ରାଇକର ନିର୍ମାଣ ପାଇଁ ହାତ ମିଳାଇଲେ ଏହି ୪ ନାମୀଦାମୀ ପ୍ରଯୋଜକ

India Today

ମୁମ୍ବାଇ: ୨୦୧୯ରେ ସବୁଠାରୁ ଚର୍ଚ୍ଚିତ ଘଟଣା ମଧ୍ୟରେ ଗୋଟିଏ ଥିଲା ବାଲାକୋଟରେ କରାଯାଇଥିବା ଏୟାରଷ୍ଟ୍ରାଇକ୍। ଆତଙ୍କବାଦୀଙ୍କ ଦମନ ଲାଗି ଭାରତୀୟ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକରେ ପ୍ରାୟ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ନେଇ ଦାବି କରାଯାଇଥିବା ବେଳେ ଏହା ଭାରତକୁ ବଡ଼ ସଫଳତା ଆଣି ଦେଇଥିଲା। ଏବେ ଭାରତର ସେହି ବଡ଼ ସଫଳତାର କାହାଣୀକୁ ପରଦାରେ ଦେଖାଇବା ପାଇଁ ଅଣ୍ଟା ଭିଡିଛନ୍ତି ୪ଜଣ ବଲିଉଡ୍ ପ୍ରଯୋଜକ।

ସଂଜୟ ଲୀଲା ଭଂସାଲୀ, ଭୂଷଣ କୁମାର, ମହାବୀର ଜୈନ୍ ଓ ପ୍ରଜ୍ଞା କପୁର ମିଳିତ ଭାବେ ବାଲାକୋଟ ଏୟାରଷ୍ଟ୍ରାଇକକୁ ନେଇ ଫିଲ୍ମ ନିର୍ମାଣ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ଘଟଣା ଉପରେ ଫିଲ୍ମ ତିଆରି ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏ ନେଇ ଅଧିକାରୀକ  ଘୋଷଣା କରାଯାଇଛି। ଟ୍ରେଡ ଆନାଲିଷ୍ଟ୍ ତରଣ ଆଦର୍ଶ  ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି।

ଟୁଇଟରେ ଲେଖାଯାଇଛି କି, ସଂଜୟ ଲୀଲା ଭଂସାଲୀ, ଭୂଷଣ କୁମାର, ମହାବୀର ଜୈନ୍ ଓ ପ୍ରଜ୍ଞା କପୁର ମିଳିତ ଭାବେ ବାଲାକୋଟ ଏୟାରଷ୍ଟ୍ରାଇକକୁ ନେଇ ଫିଲ୍ମ ତିଆରି କରିବେ। ଏହାର ନିର୍ଦ୍ଦେଶନା ଅଭିଷେକ କପୁର ଦେବା ସହ ଫିଲ୍ମଟି ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe