ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ

Advertisment
ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ

ଭୁବନେଶ୍ୱର: ୨୦୧୮ ବର୍ଷର ପ୍ରଥମ ନଅ ମାସ ବିତିଯାଇଛି। ଏହି ସମୟ ମଧ୍ୟରେ ମୋଟ୍‌ ୨୧ଟି ନୂଆ ଓଡ଼ିଆ ସିନେମା ପରଦାକୁ ଆସିଛି। ଗତ ସେପ୍ଟେମ୍ବର ମାସରେ ତିନିଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଛି। ଏଥିମଧ୍ୟରେ ରହିଛି ଅରିନ୍ଦମ, ଏଲିନାଙ୍କ ଅଭିନୀତ ‘ଇଶ୍କ ପୁଣି ଥରେ’, ସୂରଜ କୁମାର ଏବଂ ଦେବସ୍ମିତାଙ୍କ ଅଭିନୀତ ‘ଭାଇଜାନ୍‌’ ଓ ସମ୍ବିତ-ଅଙ୍କିତା ଷ୍ଟାରର୍‌ ‘ମନ ଖାଲି ତତେ ଚାହେଁଁ।

ଏଠାରେ ସୂଚନାଯୋଗଁ ଯେ ୨୦୧୮ର ପ୍ରଥମ ସିନେମା ହେଲା ‘ ଓନଲି ପ୍ୟାର୍‌’ । ଜାନୁଆରି ୨୧ ତାରିଖରେ ରିଲିଜ୍‌ ହୋଇଥିଲା ହାପିଲକି । ଫେବୃଆରି ମାସରେ କେବଳ ଗୋଟିଏ ସିନେମା ‘ ଗୁଡୁ ଆଣ୍ଡ୍‌ ଗୁଡି’ ରିଲିଜ୍‌ ହୋଇଥିଲା। ମାଚ୍ଚ୍‌ର୍ ମାସରେ ଚାରିିଟି ସିନେମା ପରଦାକୁ ଆସିଥିଲା । ଏଥିମଧ୍ୟରୁ ମାର୍ଚ୍ଚ ୧ ତାରିଖରେ ରିଲିଜ୍‌ ହୋଇଥିଲା ‘ ମନର ମାନସୀ’ ମାର୍ଚ୍ଚ ୪ ତାରିଖରେ ମୁକ୍ତିଲାଭ କରିଥିଲା ଏ ବର୍ଷର ପଞ୍ଚମ ସିନେମା ‘ ଦୀପୁ ଦ ଡ୍ୟାନ୍ସ ବୟ ’।ମାର୍ଚ୍ଚ ୯ ତାରିଖରେ ପରଦାକୁ ଆସିଥିଲା ‘ହତ୍ୟା’।ମାର୍ଚ୍ଚ ୨୩ ତାରିଖରେ ସୋହମ ସିଂହଙ୍କ ପ୍ରଯୋଜିତ ତଥା ବିଶ୍ୱଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ ଅଜାତଶତ୍ରୁ’ ରିଲିଜ୍‌ ହୋଇଥିଲା । ଏପ୍ରିଲ୍‌ ୧୩ ତାରିଖରେ ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସିଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ପାଇଁ’। ଓ ଅନ୍ୟଟି ‘ ଓଲେ ଓଲେ ଦିଲ୍‌ବୋଲେ’ ।୨୦୧୮ର ଦଶମ ଓଡ଼ିଆ ଛବି ହେଲା ‘ଯୋଗୀ’।ଏ ବର୍ଷର ଏକାଦଶ ଓଡ଼ିଆ ସିନେମା ହେଲା ‘ଶକ୍ତି’।୨୦୧୮ର ଦ୍ୱାଦଶ ଓଡ଼ିଆ ଛବି ହେଲା ‘ଲଭ ପ୍ରମିଜ୍‌’।ଗତ ଜୁନ୍‌ ମାସରେ ଦୁଇଟି ଓଡ଼ିଆ ଛବି ପରଦାକୁ ଆସିଥିଲା। ଏହା ହେଲା ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌ ଏବଂ ଫୋର୍‌ ଇଡିଅଟସ୍‌ ।

publive-image

ଜୁଲାଇ ମାସରେ ସବ୍ୟସାଚୀ-ଏଲିନାଙ୍କ ଅଭିନୀତ ‘ଟୋକାଟା ଫସିଗଲା’ଓ ରୋନକ ଦାଶ-ମେଘା ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍‌ ମି’ମୁକ୍ତିଲାଭ କରିଥିଲା। ଠିକ ସେହିପରି ଅଗଷ୍ଟ୧୫ରେ ଆସିଥିଲା ବାବୁସାନ୍‌ ଏବଂ ସନମୀରାଙ୍କ ଅଭିନୀତ ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’। ଅଗଷ୍ଟ ୩୧ରେ ରିଲିଜ୍‌ ହୋଇଥିଲା ଅର୍ଦ୍ଧେନ୍ଦୁ ,ତମନ୍ନା, ଆହନା ଏବଂ ସିଦ୍ଧାନ୍ତଙ୍କ ଅଭିନୀତ ‘ବ୍ଲାକମେଲ୍‌’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe