୨୧ ବର୍ଷର ବନ୍ଧୁତା ସେଲିବ୍ରେସନ୍

Advertisment
୨୧ ବର୍ଷର ବନ୍ଧୁତା ସେଲିବ୍ରେସନ୍

MSN

ଦୁଇ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଓ ଲାରା ଦତ୍ତା ଉଭୟଙ୍କ ବନ୍ଧୁତାର ୨୧ ବ‌ର୍ଷର ଖୁସି ମନେଇଛନ୍ତି। ନିଜ ନିଜ ଭିତରେ ଗଢ଼ିଉଠିଥିବା ବନ୍ଧୁତାକୁ ଉଭୟ ମନେ ପକେଇଛନ୍ତି। ଏଥିପାଇଁ ପ୍ରିୟଙ୍କା ଲାରାଙ୍କୁ ଇନ୍‌ଷ୍ଟାଗ୍ରାମ୍ ମାଧ୍ୟମରେ ବଧାଇ ଜଣେଇଥିଲେ। ଦୁହେଁ ବନ୍ଧୁତା ପାଳନ ବେଳେ ନିକଟରେ ଲାରାଙ୍କ ଝିଅ ମଧ୍ୟ ଥିଲା। ଫଟୋ ତଳେ ପ୍ରିୟଙ୍କା କ୍ୟାପସନ୍ ଲେଖିଛନ୍ତି ‘ବନ୍ଧୁତା କେତେବେଳେ ବି ଆହୁରି ଅଧିକ ନିକଟତର ଓ ଅନ୍ତରଙ୍ଗ ହେଇପାରେ’। ସେ ଆହୁରି ମଧ୍ୟ ଲାରାଙ୍କ ଝିଅ ସାଇରା ପାଇଁ ଗୋଟିଏ ଲାଇନ୍ ଲେଖି ଶୁଭେଚ୍ଛା ଜଣାଇଛନ୍ତି, ତାହା ହେଉଛି ‘ସାଇରା: ଲାରାଙ୍କର ମୋଷ୍ଟ ସାଇନିଙ୍ଗ୍ ଷ୍ଟାର୍’।

ଏଥିରେ ପ୍ରିୟଙ୍କା ପୁଣି ଦିବଂଗତ ପ୍ରଦୀପ ଗୁହାଙ୍କୁ ଶ୍ରଦ୍ଧାଞ୍ଜଳି ନିବେଦନ କରି ଲେଖିଛନ୍ତି, ‘ସେ ଥିଲେ ଗଣମାଧ୍ୟମର ପରିଚିତ ମୁହଁ ଏବଂ ଜଣେ ଉତ୍ତମ ଚଳଚ୍ଚିତ୍ର ପ୍ରଯୋଜକ’। ଅବଶ୍ୟ ଏଇ ଫଟୋଟି ଅତୀତରେ କେବେ ପ୍ରିୟଙ୍କା ଓ ଲାରା ଏକାଠି ହେଇଥିବା ବେଳେ ଉଠିଥିଲା। ଏହାକୁ ଫାଇଲ୍ ଫଟୋ କୁହାଯାଇପାରେ। କାରଣ ପ୍ରିୟଙ୍କା ଏବେ ପ୍ରାୟ ସ୍ବାମୀଙ୍କ ନିକଟରେ ଆମେରିକାରେ ରହୁଛନ୍ତି। ସେ ଲାରାଙ୍କ ସହ ଭେଟ ହେବା ସମ୍ଭବ ହେଉନାହିଁ। ଏପରିକି ଆଜିକାଲି ସେ ଅଧିକ ହଲିଉଡ୍ ମୁଭି ପ୍ରତି ଧ୍ୟାନ ଦେଉଛନ୍ତି।

ଏବେ ପ୍ରିୟଙ୍କା ଚୋପ୍ରା ଆମାଜନ୍ ସିରିଜ୍ ‘ସାଇଟାଡେଲ୍’ରେ ଅଭିନୟ କରୁଛନ୍ତି। ପ୍ରିୟଙ୍କା ଚୋପ୍ରା ଓ ଲାରା ଦତ୍ତା ଉଭୟ ୨୦୦୦ ମସିହାରେ ‘ମିସ୍ ଇଣ୍ଡିଆ’ ପ୍ରତିଯୋଗିତା ମଞ୍ଚରେ ପରସ୍ପରକୁ ଦେଖିଥିଲେ। ପ୍ରତିଯୋଗିତାରେ ଲାରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରିୟଙ୍କା ଦ୍ବିତୀୟ ସ୍ଥାନରେ ରହିଥିଲେ। ସେଇବର୍ଷ ଲାରା ଦତ୍ତା ‘ମିସ୍ ୟୁନିଭର୍ସ’ ଟାଇଟଲ୍ ହାତେଇଥିଲା ବେଳେ ପ୍ରିୟଙ୍କା ମଧ୍ୟ ‘ମିସ୍ ୱାର୍ଲଡ୍’ ଟାଇଟଲ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe