ଶାହରୁଖଙ୍କ ଜନ୍ମଦିନ ପାର୍ଟିରେ ୨୫୦ ଅତିଥି

Advertisment

ଆଜି କିଙ୍ଗ୍‌ ଖାନ୍ ପାଳୁଛନ୍ତି ତାଙ୍କର ୫୯ତମ ଜନ୍ମଦିନ। ବିଗ୍ ବି ଅମିତାଭ ବଚ୍ଚନଙ୍କ ପରି ସୁପରଷ୍ଟାର୍ ଶାହରୁଖ ଖାନ୍ ମଧ୍ୟ ତାଙ୍କର ଜନ୍ମଦିନରେ ବାସଭବନ ‘ମନ୍ନତ୍’ ବାହାରେ ଜମା ହୋଇଥିବା ହଜାର ହଜାର ପ୍ରଶଂସକମାନଙ୍କୁ ଦେଖା ଦିଅନ୍ତି, ହାତ ହଲାଇ ଅଭିବାଦନ ଜଣାନ୍ତି।

sarukh khan

ଆଜି କିଙ୍ଗ୍‌ ଖାନ୍ ପାଳୁଛନ୍ତି ତାଙ୍କର ୫୯ତମ ଜନ୍ମଦିନ। ବିଗ୍ ବି ଅମିତାଭ ବଚ୍ଚନଙ୍କ ପରି ସୁପରଷ୍ଟାର୍ ଶାହରୁଖ ଖାନ୍ ମଧ୍ୟ ତାଙ୍କର ଜନ୍ମଦିନରେ ବାସଭବନ ‘ମନ୍ନତ୍’ ବାହାରେ ଜମା ହୋଇଥିବା ହଜାର ହଜାର ପ୍ରଶଂସକମାନଙ୍କୁ ଦେଖା ଦିଅନ୍ତି, ହାତ ହଲାଇ ଅଭିବାଦନ ଜଣାନ୍ତି। ଜନ୍ମଦିନରେ ଶାହରୁଖ ପ୍ରଶଂସକମାନଙ୍କୁ ସେମାନଙ୍କର ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଦିଅନ୍ତି।

ତେବେ ଏ ବର୍ଷ ଶାହରୁଖଙ୍କ ଜନ୍ମଦିନ ଟିକେ ନିଆରା। କାରଣ ପତ୍ନୀ ଗୌରୀ ଖାନ୍ ସ୍ବାମୀଙ୍କ ଜନ୍ମଦିନ ଅବସରରେ ପ୍ରାୟ ୨୫୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଅତିଥିମାନଙ୍କୁ ‘ମନ୍ନତ’କୁ ରାତ୍ରିଭୋଜନ ଲାଗି ଡାକିଛନ୍ତି ଗୌରୀ। ବଲିଉଡ୍‌ର ଜଣାଶୁଣା ତାରକା ରଣବୀର ସିଂହ, ସୈଫ୍ ଅଲି ଖାନ୍, କରୀନା କପୁର, କରିସ୍ମା କପୁର, ଜୋୟା ଅଖ୍‌ତର, ଫର୍‌ହା ଖାନ୍, ସନୟା କପୁର, ମାହିପ କପୁର, ସାଲିନି ପାସି, ନିଲମ୍ କୋଠାରି, କରଣ ଜୋହର, ଅନନ୍ୟା ପାଣ୍ଡେ, ଆଲିଆ ଭଟ୍ଟ, ଆସିନ ଭଟ୍ଟ ଓ ଆହୁରି ଅନେକ ସିନେ-ବ୍ୟକ୍ତିତ୍ବ ଏହି ବଡ଼ ପାର୍ଟିରେ ସାମିଲ୍‌ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe