ଚେନ୍ନାଇରେ କମଲ ହାସନ୍‌ଙ୍କ ‘ଇଣ୍ଡିଆନ୍‌-୨’ ସୁଟିଙ୍ଗ୍‌ ସେଟ୍‌ରେ କ୍ରେନ୍‌ ଦୁର୍ଘଟଣା: ୩ ମୃତ ଓ ୯ ଆହତ

Advertisment
ଚେନ୍ନାଇରେ କମଲ ହାସନ୍‌ଙ୍କ ‘ଇଣ୍ଡିଆନ୍‌-୨’ ସୁଟିଙ୍ଗ୍‌ ସେଟ୍‌ରେ କ୍ରେନ୍‌ ଦୁର୍ଘଟଣା: ୩ ମୃତ ଓ ୯ ଆହତ

Image Source: India Today

ଚେନ୍ନାଇ: କମଲ ହାସନ୍‌ ଅଭିନୟ କରୁଥିବା ଚଳଚ୍ଚିତ୍ର ‘ଇଣ୍ଡିଆନ୍‌-୨’ ସୁଟିଙ୍ଗ୍‌ ସେଟ୍‌ରେ ବୁଧବାର ରାତିରେ ଏକ କ୍ରେନ୍‌ ଖସିପଡ଼ିବାରୁ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୯ ଜଣ ବ୍ୟକ୍ତି ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି। ସୁଟିଙ୍ଗ୍‌ ନିମନ୍ତେ ଏକ ସେଟ୍‌ ନିର୍ମାଣ କରାଯିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ଏହି ଅଘଟଣ ସଂକ୍ରାନ୍ତରେ ଟୁଇଟ୍‌ କରି କମଲ ହାସନ ଲେଖିଛନ୍ତି ଯେ ମୁଁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଓ ଅନେକ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କିନ୍ତୁ ଆଜିର ଦୁର୍ଘଟଣା ଥିଲା ସବୁଠୁ ଭୟାବହ। ମୁଁ ତିନିଜଣ ସହକର୍ମୀଙ୍କୁ ହରାଇଲି। ମୋ ଦୁଃଖ ଠାରୁ ସେମାନଙ୍କ ପରିବାରବର୍ଗଙ୍କର ଦୁଃଖ ବହୁଗୁଣ ଅଧିକ ହେଉଥିବ। ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରୁ ଜଣେ ହୋଇ ମୁଁ ଏହି ଶୋକବାର୍ତ୍ତା ସେୟାର୍‌ କରୁଛି। ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା।

publive-image Image Source: Hindustan Times

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ଦେଶକ ଶଙ୍କରଙ୍କର ବ୍ୟକ୍ତିଗତ ସହଯୋଗୀ ୨୯ ବର୍ଷିୟ ମଧୁ, ସହକାରୀ ନିର୍ଦେଶକ ୩୪ ବର୍ଷିୟ କୃଷ୍ଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ମୃତ ବ୍ୟକ୍ତିଜଣଙ୍କର ପରିଚୟ ମିଳିନାହିଁ। ନିର୍ଦେଶକ ଶଙ୍କରଙ୍କର ଗୋଟାଏ ଗୋଡ଼ ଭାଙ୍ଗିଥିବା ଶୁଣାଯାଇଥିଲେ ବି ତାହା ଗୁଜବ ବୋଲି ପରେ ଜଣାପଡ଼ିଲା।

ଖବର ପାଇବା କ୍ଷଣି ଅଭିନେତା କମଲ ହାସନ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉପସ୍ଥିତ ଲୋକମାନଙ୍କ ଭଲମନ୍ଦ ବୁଝିଥିଲେ। ଆହତମାନଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା ମଧ୍ୟ କରିଥିଲେ।

ସୁଟିଙ୍ଗ୍‌ ସେଟ୍‌ରେ ଉପସ୍ଥିତ ଥିବା କ୍ରୁ’ମାନଙ୍କ ଉପରେ କ୍ରେନ୍‌ର ଶୀର୍ଷରେ ଲାଗିଥିବା ଏକ ଲାଇଟ୍‌ ସେଟ୍‌-ଅପ୍‌ ଖସିପଡ଼ିବାରୁ ଏହି ଅଘଟଣ ଘଟିଥିଲା। ଲାଇଟ୍‌ ସେଟ୍‌-ଅପ୍‌ ବନ୍ଧା ଯାଇଥିବା ଦଉଡ଼ିଟି ଛିଡ଼ି ଯାଇଥିଲା।

ନଜରାତପେଟ୍‌ସ୍ଥିତ ଏକ ଘରୋଇ ସିନେମା ଷ୍ଟୁଡିଓରେ ଏହି ଚଳଚ୍ଚିତ୍ରର କେତେକ ଦୃଶ୍ୟ ସୁଟିଙ୍ଗ୍‌ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe