ଅଭିନେତାଙ୍କ ଜନ୍ମଦିନ ଅବସର‌ରେ ବ୍ୟାନର ଲଗାଉଥିବା ବେଳେ  ତିନିଜଣ ଫ୍ୟାନ୍ସଙ୍କ ବିଦ୍ୟୁତ ଆଘାତରେ ହେଲା ମୃତ୍ୟୁ

Advertisment
ଅଭିନେତାଙ୍କ ଜନ୍ମଦିନ ଅବସର‌ରେ ବ୍ୟାନର ଲଗାଉଥିବା ବେଳେ  ତିନିଜଣ ଫ୍ୟାନ୍ସଙ୍କ ବିଦ୍ୟୁତ ଆଘାତରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଡ଼ଗ ଜିଲ୍ଲାରେ ଗତ ରବିବାର ଏକ ଦୁଃଖଦ ଘଟଣା ଘଟିଛି। କନ୍ନଡ଼ ଅଭିନେତା ୟଶଙ୍କ ୩୮ତମ ଜନ୍ମ ଦିନ ଅବସରରେ ଫ୍ୟାନମାନେ ତାଙ୍କ ପ୍ରିୟ ଅଭିନେତାଙ୍କ ବ୍ୟାନର ଲଗାଉଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ୬ଜଣ ଫ୍ୟାନ୍ସ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଏଥିରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

କନ୍ନଡ଼ ଅଭିନେତା ୟଶଙ୍କ ବାସ୍ତବ ନାମ ନବୀନ କୁମାର ଗୌଡ଼ା।  ୟଶଙ୍କ ଜାନୁଆରି ୮ ତାରିଖରେ ଜନ୍ମଦିନ । ଯାହାକୁ ସେ ଧୁମଧାମରେ ପାଳନ କରୁଛନ୍ତି। କିନ୍ତୁ ଅଭିନେତାଙ୍କ ଜନ୍ମଦିନ ପାଇଁ ବ୍ୟାନର ଲଗାଉଥିବା ବେଳେ ତିନିଜଣ ଫ୍ୟାନ୍ସଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି।

ୟଶଙ୍କ ସିନେମା ଜୀବନ କଥା କହିବାକୁ ଗଲେ ସେ ୨୦୦୭ରେ ‘ଜନବଦା ହୁଡୁଗି’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ରାଁଙ୍କି (୨୦୦୮), ‘ଗୁଗଲି(୨୦୧୩) ଓ ‘ମିଷ୍ଟର ଆଣ୍ଡ ମିସେଜ ରାମାଚାରି (୨୦୧୪)ରେ ଦେଖିବାକୁ ମିଳିଥିଲା।  ଏହା ବ୍ୟତୀତ ୟଶ କେଜିଏଫ-୧ ଓ କେଜିଏଫ-୨ରେ ଦମଦାର ଅଭିନୟ କରିଥିଲେ। ୟଶଙ୍କ ଏହି ଦୁଇଟି ସିନେମା ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରିଥିଲା। ୟଶ କନ୍ନଡ଼ ସିନେମାର ଜଣେ ଚର୍ଚ୍ଚିତ ଅଭିନେତା ମଧ୍ୟରୁ ଜଣେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe