ମୁକ୍ତିଲାଭ କରିଥିବା ୩ଟି ଚଳଚ୍ଚିତ୍ର ମଧ୍ୟରୁ ବାଜିମାତ୍‌ କଲା ‘ଭୂମି’

Advertisment
ମୁକ୍ତିଲାଭ କରିଥିବା ୩ଟି ଚଳଚ୍ଚିତ୍ର ମଧ୍ୟରୁ ବାଜିମାତ୍‌ କଲା ‘ଭୂମି’

ମୁମ୍ବାଇ: ଶୁକ୍ରବାର ଏକାଥରକେ ମୁକ୍ତିଲାଭ କରିଛି ସଞ୍ଜୟ ଦତ୍ତଙ୍କ ‘ଭୂମି’, ରାଜକୁମାର ରାଓଙ୍କ ‘ନ୍ୟୁଟନ୍‌’ ଏବଂ ଶ୍ରଦ୍ଧା କପୁର୍‌ଙ୍କ ‘ହସିନା ପାରିକାର୍‌’। ଏହି ୩ଟି ଚଳଚ୍ଚିତ୍ର ମଧ୍ୟରୁ ‘ଭୂମି’ ଏବଂ ‘ନ୍ୟୁଟନ୍‌’ ଦର୍ଶକ ଆଦୃତି ଲାଗ କରିଥିବା ବେଳେ ଓସ୍କାର ଦୌଡ଼ରେ ସାମଲ୍‌ ହୋଇଛି ସିନୋମା ‘ନ୍ୟୁଟନ’। ଇତିମଧ୍ୟରେ ‘ଭୂମି’ ୪.୭୨ କୋଟି ଆୟ କରିଥିବା ବେଳେ ‘ନ୍ୟୁଟନ୍‌’ ୩.୪୫ କୋଟି ଏବଂ ‘ହସିନା ପାରିକର୍‌’ ୪.୪୭ କୋଟି ଆୟ କରିଛି। ତେବେ, ଏବେ ପର୍ଯ୍ୟନ୍ତ ୩ଟି ଚଳଚ୍ଚିତ୍ର ମଧ୍ୟରୁ ବ୍ୟବସାୟ ଦୃଷ୍ଟିରୁ ଅନ୍ୟ ୨ଟି ଅପେକ୍ଷା ଆଗରେ ଅଛି ସଞ୍ଜୟଙ୍କ ‘ଭୁମି’।

ଉଲ୍ଲେଖଯୋଗ୍ୟ, ‘ଭୂମି’ ଚଳଚ୍ଚିତ୍ରରେ ସଞ୍ଜୟଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଆଦିତି ରାଓ। ‘ନ୍ୟୁଟନ୍‌’ ଚଳଚ୍ଚିତ୍ରରେ ରାଜକୁମାର ରାଓ ଜଣେ ସଚ୍ଚୋଟ ସରକାରୀ କର୍ମଚାରୀର ଭୂମିକା ନିଭାଇଛନ୍ତି। ଶୁଣିବାକୁ ମିଳିଛି ଏହି ଚଳଚ୍ଚିତ୍ରକୁ କେନ୍ଦ୍ର ସରକାର ୧ କୋଟି ପ୍ରଦାନ କରିବେ। ସେହିପରି ‘ହସିନା ପାରିକର୍‌’ରେ ମୁଖ୍ୟ ଭୂମିକା ନିଭାଇଛନ୍ତି ଶ୍ରଦ୍ଧା କପୁର୍‌। ମାତ୍ର ଏହି ଚଳଚ୍ଚିତ୍ରଟିକୁ କ୍ରିଟିକ୍‌ମାନେ ବିଶେଷ ପସନ୍ଦ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe