ସରପ୍ରାଇଜ ଦେବେ ଓଲିଉଡର ଏହି ତିନି ନାମୀ ନାୟିକା

Advertisment
ସରପ୍ରାଇଜ ଦେବେ ଓଲିଉଡର ଏହି ତିନି ନାମୀ ନାୟିକା

ଭୁବନେଶ୍ୱର: ଓଲିଉଡର ତିନି ନାମୀ ନାୟିକା ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀ ଏବଂ ଭୂମିକାଙ୍କ ହାତରେ ଏବେ ଗୋଟିଏ ଲେଖାଏଁ ନୂଆ ସିନେମା ଥିବା ଜଣାଯାଇଛି। ତେବେ ୨୦୧୭ର ସର୍ବାଧିକ ଚର୍ଚ୍ଚିତା ନାୟିକା ଭୂମିକା୨୦୧୮ରେ ବି ଓଲିଉଡରେ ରାଜ୍‌ କରିବେ ବୋଲି ଆଶା କରାଯାଉଛି। କାରଣ ଭୂମିକାଙ୍କ କ୍ରେଜ୍‌ ରହିଛି। ଗତବର୍ଷ ଦର୍ଶକ ନବାଗତା ଭୂମିକାଙ୍କୁ ଦୁଇଟି ସିନେମା ‘ ତୁ ମୋ’ ଲଭଷ୍ଟୋରି’ ଏବଂ ‘ହିରୋ ନଂ ୧’ରେ ଦେଖିବାକୁ ପାଇଥିଲେ।

publive-image

ଏବେ ତାଙ୍କ ହାତରେ ଯେଉଁ ନୂଆ ସିନେମା ଅଛି ତାହାର ଟାଇଟଲ୍‌ ହେଲା ‘ନାୟକର ନାଆଁ ଦେବଦାସ’। ଏଥିରେ ତାଙ୍କର ଯେଉଁ ଲୁକ୍‌ ରହିଛି ତାହା ତାଙ୍କର ପୂର୍ବ ସିନେମା ତୁଳନାରେ ଭିନ୍ନ ବୋଲି କୁହାଯାଇପାରେ। ହଁ , ଏହି ସିନେମାରେ ସେ ଆସୁଛନ୍ତି ପାରୋ ଭୂମିକାରେ। ଫିଲ୍ମରେ ତାଙ୍କୁ ଅଧିକାଂଶ ସିନରେ ଶାଢ଼ି ପିନ୍ଧୁଥିବାର ଦେଖିବାକୁ ପାଇବେ ଦର୍ଶକ। ଏହି ଲୁକରେ ସେ ଖୁବ୍‌ ଗ୍ଲାମରସ୍‌ ବି ଲାଗୁଛନ୍ତି।

ଠିକ୍‌ ସେହିପରି ଅର୍ଚ୍ଚିତା ତାଙ୍କର ନୂଆ ସିନେମା‘ଚମ୍ପିଆନ୍‌’ରେ ଦେଖା ଦେବେ ଜଣେ ବକ୍ସର୍‌ ଭୂମିକାରେ। ଏଥିରେ ତାଙ୍କର ୪ଟି ଲୁକ୍‌ ଏବେ ପଦାକୁ ଆସୁଛି। ଏଥିମଧ୍ୟରୁ ତାଙ୍କର ତିନିଟି ହେଉଛିି ଡି ଗ୍ଲାମରସ୍‌ । ଏହି ତିନି ନାୟିକା ଏ ବର୍ଷ ଯେଉଁଭଳି ଭୂମିକାରେ ଆସୁଛନ୍ତି ତାହା ସେମାନଙ୍କଲାଗି ଯେମିତ ଅଲଗା, ଦର୍ଶକଙ୍କ ପାଇଁ ସେମିତି ବି ସରପ୍ରାଇଜ ହେବ।

ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ନିମକି ଟାଇଟଲରେ ନିର୍ମିତ ସିନେମାରେ ବି ଦେଖା ଦେବେ ଏକ ଭିନ୍ନ ଚରିତ୍ରରେ। ଏଥିରେ ତାଙ୍କୁ ଡି ଗ୍ଲାମରସ୍‌ ରୋଲ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe