Latest Serial Gossip
ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କିଛି ସନ୍ଦେହ ସୃଷ୍ଟି କଲା ଭଳି ତଥ୍ୟ ମିଳିଛି। ସିବିଆଇକୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ସୁଶାନ୍ତଙ୍କ ବେକରେ ୩୩ ସେମିର ଏକ ଲମ୍ବା ଦାଗ ରହିଛି। ପୂର୍ବରୁ କିନ୍ତୁ ଏ ବାବଦରେ କୌଣସି ସୂଚନା ପ୍ରଘଟ କରାଯାଇ ନଥିଲା। ଏହି ଦାଗ ସାମାନ୍ୟ ଗଭୀର ରହିଛି। ବେକରେ ରଶି କିମ୍ବା ଅନ୍ୟ କୌଣସି ଜିନିଷର ପ୍ରବଳ ଚାପ ଯୋଗୁଁ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହି ରିପୋର୍ଟକୁ ନେଇ ସୁଶାନ୍ତଙ୍କ ପିତା କେ.କେ. ସିଂହଙ୍କ ଓକିଲ ବିକାଶ ସିଂହ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୃତ୍ୟୁ ସମୟରେ ଯେଉଁସବୁ ଘଟଣାକୁ ନେଇ ଚର୍ଚ୍ଚା ହେଉଥିଲା, ତାହାର ବିସ୍ତୃତ ରିପୋର୍ଟ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିବାର ଥିଲା, କିନ୍ତୁ ତାହା ହୋଇ ନାହିଁ। ଏମିତିକି ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର ସମୟ ବି ଦର୍ଶାଯାଇନଥିଲା। କ’ଣ ପାଇଁ ଏମିତି କରାଗଲା, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
Follow Us