୮ ବର୍ଷ ବଡ଼ ଅଭିନେତା‌ଙ୍କୁ ଡେଟ୍‌ କରୁଛନ୍ତି ଆଦିତି ହାଇଦରି; ଦୁହିଁଙ୍କର ପୂର୍ବରୁ ହୋଇସାରିଛି ବିବାହ ବି‌ଚ୍ଛେଦ

Advertisment
୮ ବର୍ଷ ବଡ଼ ଅଭିନେତା‌ଙ୍କୁ ଡେଟ୍‌ କରୁଛନ୍ତି ଆଦିତି ହାଇଦରି; ଦୁହିଁଙ୍କର ପୂର୍ବରୁ ହୋଇସାରିଛି ବିବାହ ବି‌ଚ୍ଛେଦ

ମୁମ୍ବାଇ: କୁହାଯାଏ ଗୋଟାଏ ଥରକରେ ସବୁକିଛି ସରିଯାଏନି। ଆଜି ବି ଏମିତି ଲୋକ ଅଛନ୍ତି, ଯିଏକି ଭାବନ୍ତି ବିବାହ ଥରେ ମାତ୍ର ହୁଏ। ତାହା କିଛି ଲୋକଙ୍କ ପାଇଁ ଠିକ୍‌ ହୋଇଥିଲେ ବି, ସମସ୍ତଙ୍କ ପାଇଁ ସମାନ ନୁହେଁ। ସମସ୍ତେ ବୈବାହିକ ଜୀବନରେ ସଫଳ ହୁଅନ୍ତିନି। ସେଥିପାଇଁ ଛାଡ଼ପତ୍ର ହୁଏ, ପୁନର୍ବିବାହ ବି ହୁଏ। କେହି କେହି ପ୍ରଥମ ବିବାହରେ ଯେତିକି ଖୁସିରେ ରୁହନ୍ତି ନାହିଁ ତ ପୁଣି କେହି ଦ୍ବିତୀୟ ବିବାହରେ ବି ତା’ଠାରୁ ଖୁସି ରୁହନ୍ତି। ତେବେ ନିଜ ଜୀବନ ପାଇଁ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ରହିଛି।

ଏତେ କଥା କହିବାର କାରଣ ହେଉଛି, ଆଜି ଆମେ ଏମିତି ଦୁଇ ସେଲିବ୍ରିଟି ପ୍ରେମୀଯୁଗଳଙ୍କ ବିଷୟରେ କହିବୁ ଯିଏକି ସେମାନଙ୍କ ପ୍ରଥମ ବିବାହରେ ଅସଫଳ ହେବା ପରେ ପରସ୍ପରଙ୍କ ସହ ଯୋଡ଼ି ହେବାକୁ ଯାଉଛନ୍ତି। ସେ ଦୁଇ ଜଣ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଆଦିତି ହାଇଦରି ଏବଂ ତାମିଲ-ତେଲୁଗୁ ଅଭିନେତା ସିଦ୍ଧାର୍ଥ। ଏହି ଦୁଇ ଜଣଙ୍କୁ ବି ଜୀବନ ଦ୍ବିତୀୟ ସୁଯୋଗ ଦେଇଛି।

ଅନେକ ଦିନ ହେବ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା ଖବର ମିଳୁଛି। ‌ଏବେ ଲାଗୁଛି ସେମାନେ ନିଜ ସଂପର୍କକୁ ଲୋକଲୋଚନକୁ ଆଣିବାର ନିଷ୍ପତ୍ତି ନେଇ ସାରିଛନ୍ତି। ନିକଟରେ ଦୁହିଁଙ୍କୁ ଏକାସାଥିରେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

ସେମାନେ ‌ରାଜସ୍ଥାନକୁ ଛୁଟି କାଟିବାକୁ ଯାଇଥିଲେ ବୋଲି ବି ସେମାନଙ୍କ ଫଟୋ ଭାଇରାଲ୍‌ ହେବା ପରେ ଜଣାପଡ଼ିଛି। ସେମାନେ ସଂପର୍କରେ ଥିବା କଥା ଗତବର୍ଷରୁ ଶୁଣିବାକୁ ମିଳୁଥିବା ବେଳେ ସେମାନଙ୍କ ମଧ୍ୟରେ ୮ ବର୍ଷର ବୟସ ବ୍ୟବଧାନ ରହିିଛି।

ସିଦ୍ଧାର୍ଥ ୨୦୦୩ ମସିହାରେ ପ୍ରଥମ ବିବାହ କରି ୨୦୦୭ ମସିହାରେ ପତ୍ନୀଙ୍କଠାରୁ ଅଲଗା ହୋଇଥିଲେ। ସେହିପରି ଆଦିତି ବି ତାଙ୍କ ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe