ସ୍ୱାମୀ ଆଦିତ୍ୟଙ୍କର ପସନ୍ଦ ଏହି ତିନି F, କହିଲେ ରାଣୀ ମୁଖାର୍ଜୀ

ସ୍ୱାମୀ ଆଦିତ୍ୟଙ୍କର ପସନ୍ଦ ଏହି ତିନି F, କହିଲେ ରାଣୀ ମୁଖାର୍ଜୀ

PHOTO-NAVBHARATTIMES

ମୁମ୍ବାଇ: ଦିଲ୍‌ଓ୍ଵାଲେ ଦୁଲହନିଆଁ ଲେ ଜାଏଙ୍ଗେ, ମୋହବତେଁ,ରବ୍‌ନେ ବନାଦି ଯୋଡ଼ି ଓ ବେଫିକ୍ରେ ଭଳି ସିନେମାର ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ହେଉଛନ୍ତି ବଲିଉଡ଼୍‍ର ଲୋକପ୍ରିୟ ନାୟିକା ରାଣୀ ମୁଖାର୍ଜୀଙ୍କ ସ୍ୱାମୀ । ସେ ମଧ୍ୟ ହେଉଛନ୍ତି ଖ୍ୟାତନାମା ନିର୍ମାତା-ନିର୍ଦ୍ଦେଶକ ୟଶ୍‌ ଚୋପ୍ରାଙ୍କର ଜ୍ୟେଷ୍ଠ ପୁତ୍ର। ଏବେ ରାଣୀ ଆଦିତ୍ୟ ଚୋପ୍ରାଙ୍କ ସଂପର୍କରେ ଏକ ଗୋପନୀୟ କଥା ଜଣାଇଛନ୍ତି । ହଁ ସେ ନେହା ଧୂପିଆଙ୍କ ଟକ୍‌ ସୋ’ ବି ଏଫ୍‌ ଏଫ୍‌ସ ଉଇଥ୍‌ ବୋଗସ୍‌ରେ ସବ୍ୟସାଚୀଙ୍କ ସହ ପହଞ୍ଚିଥିଲେ। ସେହି ସୋ’ରେ ରାଣୀ ପତି ଆଦିତ୍ୟଙ୍କ ସଂପର୍କରେ କହିବାକୁ ଯାଇ ଜଣାଇଥିଲେ ଯେ ସେ ତିନିଟି ‘F’କୁ ଭଲ ପାଆନ୍ତି। ଏଥିମଧ୍ୟରୁ ପ୍ରଥମଟି ହେଲା ଫୁଡ୍‌, ଦ୍‌ିିତୀୟଟି ହେଲା ଫିଲ୍ମ ଏବଂ ତୃତୀୟଟି ସମସ୍ତଙ୍କୁ ଜଣା ଯାହାକୁ ସେ ଖୋଲିକି କହିବପାରିବେ ନାହିଁ ବୋଲି କହିଥିଲେ।

#ranimukherjee & @sabyasachiofficial at #bffswithvogue Vogue

A post shared by FILMCITYWORLD.COM (@filmcityworld) on

ଏଠାରେ ସୂଚନାଯୋଗ୍ୟ ଯେ ଆଦିତ୍ୟ ଚୋପ୍ରା ପିତାଙ୍କର ବନ୍ଧୁ କନ୍ୟା ତଥା ନିଜର ବାଲ୍ୟ ବାନ୍ଧବୀ ପାୟଲ୍‌ ମାଲହୋତ୍ରାଙ୍କୁ ପ୍ରଥମ ବିବାହ କରିଥିଲେ। ବିବାହ ପରେ ପାୟଲ୍‌ ଓ ଆଦିତ୍ୟ ପ୍ରାୟ ଛଅ ମାସ ଯାଏଁ ବିଦେଶରେ ବିଭିନ୍ନ ସ୍ଥାନରେ ହନିମୁନ୍‌ ମନାଇ ଥିଲେ। ହେଲେ ସେ ଦୁହିଁଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ବାହାଘରର ଛଅ ବର୍ଷ ପରେ ହଠାତ୍‌ ବଲିଉଡ଼୍‍ର ନାୟିକା ରାଣୀ ମୁଖାର୍ଜୀ ଆସିଥିଲେ ଆଦିତ୍ୟ ଚୋପ୍ରାଙ୍କର ଜୀବନ ପରିଧି ଭିତରକୁ। ଏହାକୁ ନେଇ ପାୟାଲ୍‌ଙ୍କ ସହ ଆଦିତ୍ୟଙ୍କର ମନୋମାଳିନ୍ୟ ହୋଇଥିଲା। ଶେଷରେ ଆଦିତ୍ୟ ପାୟଲ୍‌ଙ୍କୁ ଛାଡ଼ପତ୍ର ଦେଇ ରାଣୀଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।

publive-image photo-amarujala

ହେଲେ ପିତା ୟଶ୍‌ ଚୋପ୍ରା ଆଦିତ୍ୟଙ୍କର ଏଭଳି ନିଷ୍ପତ୍ତିଙ୍କୁ ସମର୍ଥନ କରିନଥିଲେ। ସେ ପାୟଲଙ୍କ ସହିତ ରହିବାକୁ ପୁଅ ଆଦିତ୍ୟଙ୍କ ଉପରେ ଚାପ ପକାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ଆଦିତ୍ୟ ଚୋପ୍ରା ଘରୁ ବାହାରିଯାଇ ଏକ ହୋଟେଲ୍‌ ମଧ୍ୟରେ ରହିଥିଲେ। ପରେ ନିଜର ଗାର୍ଲଫ୍ରେଣ୍ଡ୍‌ ରାଣୀ ମୁଖାର୍ଜୀଙ୍କୁ ଇଟାଲିରେ ଗୁପ୍ତ ବିବାହ କରିଥିଲେ। ଏଥିସହିତ ପାୟଲ୍‌ଙ୍କ ଠାରୁ ତାଙ୍କର ଛାଡ଼ପତ୍ର ହେବାପରେ ରାଣୀଙ୍କୁ ପତ୍ନୀର ମାନ୍ୟତା ଦେଇଥିଲେ ଆଦିତ୍ୟ। ଏବେ ଉଭୟଙ୍କର ଆଦିରା ନାମ୍ନୀ ଏକ କନ୍ୟା ସନ୍ତାନ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe