Indian News Live
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ହୋଇଥିଲେ । କିଛି ଦିନ ତଳେ ତାଙ୍କର ଷ୍ଟେଜ୍-୩ ଫୁସ୍ଫୁସ୍ କ୍ୟାନ୍ସର ସଂପର୍କରେ ଜଣା ପଡ଼ିବା ପରେ ୬୧ ବର୍ଷୀୟ ସଞ୍ଜୟ ନିଜେ ଏ ସଂପର୍କରେ ଟ୍ବିଟ୍ କରି ଖବର ଦେଇଥିଲେ | ଏହା ପରେ ତାଙ୍କ ପ୍ରଶଂସକମାନେ ସଞ୍ଜୟଙ୍କର ଆରୋଗ୍ୟ କାମନା କରୁଛନ୍ତି | ଏହାରି ମଧ୍ୟରେ ଖବର ଆସିଛି ଯେ ସେପ୍ଟେମ୍ବର ୩୦ ରେ ଫୁସଫୁସ କର୍କଟ ଚିକିତ୍ସା ପାଇଁ ତାଙ୍କର ତୃତୀୟ କେମୋଥେରାପି ଆରମ୍ଭ ହେବ |
ସଞ୍ଜୟଙ୍କ ଆରୋଗ୍ୟ ପାଇଁ ପ୍ରଥମ ଦୁଇଟି କେମୋଥେରାପି ଭଳି, ତୃତୀୟଟି ମଧ୍ୟ ମୁମ୍ବାଇରେ ହେବ | ପ୍ରଥମ କେମୋଥେରାପି ଚକ୍ର(ସାଇକେଲ) ସମାପ୍ତ ହେବା ପରେ ଡକ୍ଟର ଜଲିଲ ପାର୍କର କହିଥିଲେ ଯେ କେତେ ଚକ୍ର ଆବଶ୍ୟକ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କେମୋଥେରାପି ସହଜ ନୁହେଁ ଏବଂ ଫୁସଫୁସ କର୍କଟ ସହିତ ଲଢ଼ିବା ଯୁଦ୍ଧ ପରି ହୋଇଥିବାରୁ ଏଥିରେ ସମୟ ଲାଗିପାରେ |
ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଫିଲ୍ମର ନିର୍ମାତାମାନେ ସଞ୍ଜୟ କିଭଳି ଶୀଘ୍ର ସୁସ୍ଥ ହେବେ ତାହାକୁ ଅପେକ୍ଷା କରି ରହିଛନ୍ତି | ସଞ୍ଜୟ ଆଗାମୀ ଚଳଚ୍ଚିତ୍ର ସମସେରାର ସୁଟିଂ ଶେଷ କରିସାରିଛନ୍ତି। ଏହା ବ୍ୟତୀତ ସଞ୍ଜୟଙ୍କ ପାଖରେ 'ପୃଥ୍ଵୀରାଜ', 'କେଜିଏଫ୍ ୨' ଭଳି ଚଳଚ୍ଚିତ୍ର ଅଛି। ଆଉ ସୁସ୍ଥ ହେବା ପରେ ସଞ୍ଜୟ ଏଗୁଡିକର ସୁଟିଂରେ ଭାଗ ନେବେ |
Follow Us