ଜୁବିନ ଗର୍ଗ ମୃତ୍ୟୁ ଘଟଣା: ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ୫ଅଭିଯୁକ୍ତ

Advertisment

ଗତ ମାସରେ ସିଙ୍ଗାପୁରରେ ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା। ପୁଲିସ ରିମାଣ୍ଡ ଶେଷ ହେବା ପରେ ଆଜି ପାଞ୍ଚ ଜଣଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ଗତ ମାସରେ ସିଙ୍ଗାପୁରରେ ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା। ପୁଲିସ ରିମାଣ୍ଡ ଶେଷ ହେବା ପରେ ଆଜି ପାଞ୍ଚ ଜଣଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

teqwr

ନୂଆଦିଲ୍ଲୀ: ଗତ ମାସରେ ସିଙ୍ଗାପୁରରେ ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ପ୍ରଥମେ ଦୁର୍ଘଟଣା ବୋଲି କୁହାଯାଉଥିବା ବେଳେ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ପରିବର। ଅଭିଯୋଗ ପରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା। ପୁଲିସ ରିମାଣ୍ଡ ଶେଷ ହେବା ପରେ ଆଜି ପାଞ୍ଚ ଜଣଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ଉତ୍ତର ପୂର୍ବ ଭାରତ ମହୋତ୍ସବର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହାନ୍ତ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ତାଙ୍କ ସମ୍ପର୍କୀୟ ଭାଇ ତଥା ପୁଲିସ ଅଧିକାରୀ ସନ୍ଦିପନ ଗର୍ଗ ଏବଂ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ନନ୍ଦେଶ୍ୱର ବୋରା ଓ ପ୍ରବୀଣ ବୈଶ୍ୟଙ୍କୁ, କାମରୂପ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

କୋର୍ଟ ସେମାନଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକାଶ କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ଶୁଣାଣି ବେଳେ ବିଚାରପତି କହିଥିଲେ ‌ଯେ, ସେମାନଙ୍କୁ ଏପରି ଏକ ଜେଲକୁ ପଠାଯିବା ଉଚିତ ଯେଉଁଠାରେ କମ୍ କଏଦୀ ଅଛନ୍ତି। ତେଣୁ କର୍ତ୍ତୃପକ୍ଷ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ମୁସଲପୁରର ବକ୍ସା ଜେଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦୁଇ ମାସ ପୂର୍ବରୁ ଉଦଘାଟନ ହୋଇଥିଲା ଏବଂ ସେଠାରେ ଏପର୍ଯ୍ୟନ୍ତ କୌଣସି କଏଦୀ ନାହାଁନ୍ତି। 

ଉଲ୍ଲେଖଯୋଘ୍ୟ, ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଗାୟକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଶଂସକ ଏବଂ ପରିବାର ସମସ୍ତେ ଭାବୁଥିଲେ ଯେ, ସ୍କୁବା ଡାଇଭିଂ ବେଳେ ତାଙ୍କର ଏଭଳି ହଠାତ୍ ମୃତ୍ୟୁ କିଭଳି ହୋଇଗଲା। ଏହି ରହସ୍ୟର ସମାଧାନ କରିବା ପାଇଁ, ତାଙ୍କର ବ୍ୟବଚ୍ଛେଦ ଦୁଇଥର କରାଯାଇଥିଲା। ଏବେ ତାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଅନେକ ଲୋକଙ୍କୁ ଗିରଫ କରିବା ଆରମ୍ଭ କରିଥିଲା।

zubeen garg

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe