ଭାରତରେ ସଲ୍‌ମାନ୍‌ଙ୍କର ପାଞ୍ଚଟି ରୂପ

Advertisment
ଭାରତରେ ସଲ୍‌ମାନ୍‌ଙ୍କର ପାଞ୍ଚଟି ରୂପ

ସୁପର୍‌ଷ୍ଟାର୍‌ ସଲ୍‌ମାନ୍‌ ଖାଁ ତାଙ୍କର ଆଗାମୀ ଫିଲ୍ମ ‘ଭାରତ’ରେ ଭିନ୍ନ ଭିନ୍ନ ପାଞ୍ଚଟି ରୂପରେ ଦେଖାଯିବେ। ସଲ୍‌ମାନଙ୍କ ଅଭିନୀତ ‘ସୁଲ୍‌ତାନ୍‌’ ଓ ‘ଟାଇଗର୍‌ ଜିନ୍ଦା ହୈ’ର ନିର୍ଦ୍ଦେଶନା ଦେଇଥିବା ଅଲ୍ଲି ଆବାସ୍‌ ଜଫର୍‌ ଏହାର ନିର୍ଦ୍ଦେଶକ। ପ୍ରଯୋଜକ ହେଉଛନ୍ତି ସଲ୍‌ମାନ୍‌ଙ୍କ ଭିଣୋଇ ଅତୁଲ୍‌ ଅଗ୍ନିହୋତ୍ରୀ। ଏ ଫିଲ୍ମକୁ ନେଇ ବଲିଉଡ୍‌ର ସମସ୍ତେ ବେଶ୍‌ ଉତ୍କଣ୍ଠିତ। ‘ଭାରତ’ରେ ସଲ୍‌ମାନ୍‌ ଯେଉଁ ଭୂମିକାରେ ଅଛନ୍ତି, ତା’ର ନାଁ ହେଉଛି ‘ସୁଲ୍‌ତାନ୍‌’। ୧୯୪୦ ମସିହା ପାଖାପାଖି ସମୟରୁ ଏହାର କାହାଣୀ ଆରମ୍ଭ ହୋଇ ଦୀର୍ଘ ସତୁରି ବର୍ଷ ପର୍ଯ୍ୟନ୍ତ ଆଗେଇଛି। ତେଣୁ ଏହି ସମୟରେ ସଲ୍‌ମାନ୍‌ଙ୍କ ଚରିତ୍ରର ଚେହେରା ବଦଳିବା ସ୍ୱାଭାବିକ। ସେଥିପାଇଁ ତାଙ୍କୁ ଅତ୍ୟାଧୁନିକ ଟେକ୍‌ନୋଲୋଜିର ସହାୟତାରେ ଭିନ୍ନ ଭିନ୍ନ ପାଞ୍ଚଟି ରୂପରେ ପରଦା ଉପରେ ଉପସ୍ଥାପନ କରାଯିବ।

publive-image
ଆଗାମୀ ବର୍ଷ ଇଦ୍‌ରେ ରିଲିଜ୍‌ କରିବାର ଲକ୍ଷ୍ୟ ରଖା ଯାଇଥିବା ‘ଭାରତ’ର ସୁଟିଂ ଏଇ ଜୁନ୍‌ ମାସରୁ ଆରମ୍ଭ ହେବ। ପଞ୍ଜାବ, ଦିଲ୍ଲୀ, ଅବୁ ଧାବି ଓ ସ୍ପେନ୍‌ରେ ଏହାରେ ସୁଟିଂ ହେବ ବୋଲି ଶୁଣା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe