ଇନ୍‌ଷ୍ଟାରେ ଭାଇରାଲ୍‌ ହେଲା ରିତେଶ-ଜେନେଲିଆଙ୍କ କୌତୂକିଆ ଭିଡିଓ, ହସି ହସି ବେଦମ୍‌ ହେଲେ ପ୍ରଶଂସକ

Advertisment
ଇନ୍‌ଷ୍ଟାରେ ଭାଇରାଲ୍‌ ହେଲା ରିତେଶ-ଜେନେଲିଆଙ୍କ କୌତୂକିଆ ଭିଡିଓ, ହସି ହସି ବେଦମ୍‌ ହେଲେ ପ୍ରଶଂସକ

Photo Credit: Instagram

ମୁମ୍ବାଇ: ବଲିଉଡ୍‌ର ବଛା ବଛା କେ‌ତେ ଜଣ ଯୋଡ଼ିଙ୍କ ଭିତରୁ ରିତେଶ ଦେଶମୁଖ୍ ଓ ଜନେଲିଆ ଡିସୁଜାଙ୍କ ଯୋଡ଼ି ଅନ୍ୟତମ, ଯିଏକି ନିଜ ସଂପର୍କକୁ ଖୁବ୍‌ ଭଲ ଭାବେ ନିଭାଇବାରେ ସଫଳ ହୋଇଛନ୍ତି। ଏହି ଦମ୍ପତି ଗତ କିଛି ବର୍ଷ ହେବ ଏକତ୍ର ହୋଇଥିବା ବେଳେ ସେମାନେ  ଦୁଇଟି ସନ୍ତାନର ଜନକ-ଜନନୀ ମଧ୍ୟ ହୋଇ ସାରିଲେଣି। ତା’ ସତ୍ବେ ରିତେଶ ଓ ଜେନେଲିଆ ନିଜ ପାଇଁ ସମୟ କାଢ଼ି ଦେଇଥାନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏହି ପତି-ପତ୍ନୀଙ୍କର ଏକ ଭିିଡିଓ ଭାଇରାଲ୍‌ ‌ହୋଇଛି। ଯାହାକୁ ଦେଖିବାକୁ ପରେ ଆପଣ ହସି ହସି‌ ବେଦମ୍‌ ହେବେ।

View this post on Instagram

WARNING ⚠️ ‘DO NOT’ try this stunt at home ......@geneliad

A post shared by Riteish Deshmukh (@riteishd) on

ଭିଡିଓଟିକୁ ଜାରି କରି ‘ଏକ୍‌ ଭିଲିୟାନ୍‌’ର  ଅଭିନେତା  ରତେଶ ସେଥିରେ ଲେଖିଛନ୍ତି ଯେ ‘ଏହି ଷ୍ଟଣ୍ଟ୍‌ ଘରେ ପ୍ରୟୋଗ କରିବେ ନାହିଁ।’ ଭିଡିଓରେ ଦେଖିବାକୁ ମିଳିଛି ‌କି ଜେନେଲିଆ କହୁଛନ୍ତି, ‘ବେବି, ମୁଁ ତୁମକୁ ଭଲପାଏ’। ରିତେଶ ତାହାର ଉତ୍ତରରେ କହୁଛନ୍ତି, ‘ମୁଁ କିନ୍ତୁ ଆଉ କାହାକୁ ଭଲପାଏ’। ଜେନେଲିଆ ରିତେଶ ମୁହଁରୁ ଏପରି ଶୁଣିବା ପରେ ରାଗ କରି ଏକ ପ୍ରତିକ୍ରିୟା ରଖୁଛନ୍ତି ଓ ରିତେଶ କହୁଛନ୍ତି କି ‘ମୁଁ ତୁମ ହସକୁ ଭଲପାଏ।’

View this post on Instagram

Happy Anniversary Baiko @geneliad

A post shared by Riteish Deshmukh (@riteishd) on

ରିତେଶ ଓ ଜେନେଲିଆଙ୍କର ଏହା ପ୍ରଥମ ଭିଡିଓ ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ସେ ଇନ୍‌ଷ୍ଟାରେ ତାଙ୍କର ମଜାଦାର୍‌ ଭିଡିଓ ସବୁ ସେୟାର୍‌ କରି ପ୍ରଶଂସକଙ୍କୁ ହସାଇଛନ୍ତି। ଅନ୍ୟ ଏକ ଭିଡିଓରେ ଜେନେଲିଆ ରିତେଶଙ୍କୁ ସେମାନଙ୍କ ବାହାଘର ଫଟୋ ଦେଖାଉଛନ୍ତି। ରିତେଶ ସେ ଫଟୋ ଦେଖିବା ପରେ ବ୍ୟାକ୍‌ଗ୍ରାଉଣ୍ଡରେ ‘ଜିନ୍‌ ଜଖମୋକୋ ଓ୍କକ୍ତ ଭର ଚଲା ହୈ, ତୁମ କ୍ୟୁଁ ଇନ୍‌ହେ ଛେଡ୍‌ ଯା ରହେ ହୋ...’ ଗୀତ ବାଜି ଉଠୁଛି।

View this post on Instagram

It’s never too late to tie a knot❤️ #alliwantforchristmasisyou

A post shared by Genelia Deshmukh (@geneliad) on

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe