photo-adgully.com
ମୁମ୍ବାଇ: ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ରାମାୟଣକୁ ଏବେ ପୁଣିଥରେ ଚିତ୍ର ରୂପ ଦିଆଯିବାର ପ୍ରୟାସ ଆରମ୍ଭ ହୋଇଛି। କୁହାଯାଉଛି ଯେ ଏହା ହେବ ଭାରତର ସବୁଠାରୁ ବ୍ୟୟବହୁଳ ସିନେମା। ଏହାର ବଜେଟ୍ ହେଲା ୫୦୦ କୋଟି। ଏହି ଚଳଚ୍ଚିତ୍ରର ନିର୍ମାଣ ଲାଗି ଉତ୍ତର ପ୍ରଦେଶ ସରକାର ଏବଂ ଏକ ପ୍ରଯୋଜକମଣ୍ଡଳୀଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ଉତ୍ତର ପ୍ରଦେଶ ସରକାରଙ୍କ ସୂଚନା ବିଭାଗର ମୁଖ୍ୟ ସଚିବ ତଥା ଫିଲ୍ମ ବନ୍ଧୁର ଅଧ୍ୟକ୍ଷ ଅବନିଶ କୁମାର ଅଓ୍ଵସ୍ଥି ଏସଂପର୍କରେ ସୂଚନା ଦେଇଛନ୍ତି।
photo--amazonindiaଏହି ଫିଲ୍ମର ନିର୍ମାଣ କରୁଛନ୍ତି ଜଣାଶୁଣା ନିର୍ମାତା ମଧୁ ମଣ୍ଟେନା ,ଆଲୁ ଅରବିନ୍ଦ ଏବଂ ନମିତ ମାଲହୋତ୍ରା । ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ନିର୍ମାତା ମଧୁ ମଣ୍ଟେନା କହିଛନ୍ତି ଯେ ଆନନ୍ଦ ପାଇଙ୍କ ଅମର ଚିତ୍ରକଥା ପଢ଼ିବାପରେ ରାମାୟଣ ଉପରେ ସିନେମା ତିଆରି କରିବାଲାଗି ଚିନ୍ତା କରିଲେ । ଏହାର ସୁଟିଂ ଉତ୍ତର ପ୍ରଦେଶରେ କରାଯିବ ବୋଲି ସେ କହିଛନ୍ତି।
Follow Us