indiatoday
ମୁମ୍ବାଇ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିବା ପରେ ପୂରା ସକ୍ରିୟତାର ସହ ରିଲିଫ୍ ବଣ୍ଟା କାର୍ଯ୍ୟରେ ଯୋଡ଼ି ହୋଇଛନ୍ତି ଅଭିନେତା ତଥା ରାଜନେତା ପ୍ରକାଶ ରାଜ୍। ସେ ନିଜର ଜୀବିକା ହରାଇଥିବା ଦିନ ମଜୁରିଆମାନଙ୍କୁ ଲକ୍ଡାଉନ ପରଠାରୁ ଖାଦ୍ୟ ଯୋଗାଇ ଆସୁଛନ୍ତି।
ପ୍ରକାଶ ରାଜ୍ ଟ୍ବିଟର୍ରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, ‘ମୋ ଆର୍ଥିକ ସମ୍ବଳ କମି କମି ଯାଉଛି। ମାତ୍ର ଲୋକମାନଙ୍କୁ ସହାଯ୍ୟ କରିବା ପାଇଁ ମୁଁ ଋଣ କରିବି। କାହିଁକି ନା, ମୁଁ ଜାଣିଛି ଯେ ଯଦି ଏହି କଷ୍ଟକର ପରିସ୍ଥିତିରେ ମଣିଷପଣିଆ ବଞ୍ଚି ରହେ ତେବେ ମୁଁ ଆଗକୁ ବି ଟଙ୍କା ରୋଜଗାର କରିବି। ଚାଲନ୍ତୁ ଏହି ଯୁଦ୍ଧକୁ ମିଶିକି ଲଢ଼ିବା, ଜୀବନକୁ ଫେରିଯିବା।’
ଅଭିନେତାଙ୍କର ଏହି ବଡ଼ପଣିଆକୁ ତାଙ୍କର ଅନେକ ପ୍ରଶଂସକ ପ୍ରଶଂସା କରିଛନ୍ତି। ଆପଣ ଦେଖିଥିବେ ନିଶ୍ଚୟ ଯେ ପ୍ରକାଶ ରାଜ୍ ପୂର୍ବରୁ ଏକ ଟ୍ବିଟ୍ କରି ସେ ତାଙ୍କ କର୍ମଚାରୀମାନଙ୍କୁ ଅଗ୍ରୀମ ୩ ମାସର ଦରମା ଦେବା କଥା ପୋଷ୍ଟ୍ କରିଥିଲେ।
Follow Us