୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ, ବରିଷ୍ଠ ଅଭିନେତା ବିଶ୍ବଜିତଙ୍କୁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର

Advertisment
୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ, ବରିଷ୍ଠ ଅଭିନେତା ବିଶ୍ବଜିତଙ୍କୁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର

ପଣଜୀ: ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ଆଜି ଉଦଘାଟିତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭଡେକର ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଏହି ଘୋଷଣା କରି କହିଥିଲେ ଯେ ଏହି ପୁରସ୍କାର ତାଙ୍କୁ ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ପ୍ରଦାନ କରାଯିବ।

publive-image ବିଶ୍ବଜିତ୍

‘ବିସ ସାଲ ବାଦ’ ଚଳଚ୍ଚିତ୍ରରେ କୁମାର ବିଜୟ ସିଂ ଭୂମିକା, ‘କୋହରା’ରେ ରାଜା ଅମିତ କୁମାର ସିଂ, ‘ଏପ୍ରିଲ ଫୁଲ୍’ରେ ଅଶୋକା, ‘ମେରେ ସନମ’ରେ ରମେଶ କୁମାର, ‘ନାଇଟ ଇନ ଲଣ୍ଡନ’ରେ ଜୀବନ, ‘ଦୋ କଲିୟାଁ’ରେ ଶେଖର ଏବଂ ‘କିସ୍ମତ’ ଚଳଚ୍ଚିତ୍ରରେ ଭିକ୍କି ଭୂମିକାରେ ଅଭିନୟ ପାଇଁ ବିଶ୍ୱଜିତ୍ ଚାଟାର୍ଜୀ ବିଶେଷ ପ୍ରସିଦ୍ଧି ହାସଲ କରିଛନ୍ତି। ଆଶା ପାରେଖ, ୱାହିଦା ରେହମାନ, ମୁମତାଜ, ମାଲା ସିହ୍ନା ଓ ରାଜଶ୍ରୀଙ୍କ ବିଶିଷ୍ଟ ଅଭିନେତ୍ରୀଙ୍କ ସହିତ ତାଙ୍କ ଯୋଡ଼ି ବେଶ ଲୋକପ୍ରିୟ ହୋଇଥିଲା। ତାଙ୍କ ଅଭିନୀତ ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ଚୌରଙ୍ଗୀ (୧୯୬୮) ଏବଂ ଉତ୍ତମ କୁମାରଙ୍କ ସହିତ ଗଡ଼ ନସୀମପୁର ଓ କୁହେଲି । ଏହାପରେ ଶ୍ରୀମାନ ପୃଥ୍ବୀରାଜ (୧୯୭୩), ଜୟ ବାବା ତାରକନାଥ (୧୯୭୭) ଏବଂ ଅମର ଗୀତି (୧୯୮୩) ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୭୫ରେ ବିଶ୍ୱଜିତ୍ ନିଜ ଅଭିନୟ କରିଥିବା ଚଳଚ୍ଚିତ୍ର ‘କେହତେ ହୈ ମୁଝକୋ ରାଜା’ର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ। ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ସେ ଜଣେ ଗାୟକ ଓ ନିର୍ମାତା ମଧ୍ୟ ରହିଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe