ତୃତୀୟ ବିବାହ କରିବେ କି ଆମୀର? କିଏ ସେହି ରହସ୍ୟମୟୀ ଯୁବତୀ!

ବଲିଉଡର ଜଣେ ନିଖୁଣ ଅଭିନେତା ଭାବେ ଆମୀର ଖାନ୍‌ ବେଶ୍‌ ଜଣାଶୁଣା। ହିନ୍ଦୀ ସିନେମା ଜଗତକୁ ଗୋଟାଏ ପରେ ଗୋଟାଏ ହିଟ୍‌ ସିନେମା ଦେବା ପାଇଁ ଆମୀର ଯେତିକି ଜଣାଶୁଣାନିଜ ବ୍ୟକ୍ତିଗତ ଜୀବନକୁ ବି ନେଇ ସେ ସେତିକି ଚର୍ଚ୍ଚିତ।

 Golden Untitled12345Globes

ମୁମ୍ବାଇ: ବଲିଉଡର ଜଣେ ନିଖୁଣ ଅଭିନେତା ଭାବେ ଆମୀର ଖାନ୍‌ ବେଶ୍‌ ଜଣାଶୁଣା। ହିନ୍ଦୀ ସିନେମା ଜଗତକୁ ଗୋଟାଏ ପରେ ଗୋଟାଏ ହିଟ୍‌ ସିନେମା ଦେବା ପାଇଁ ଆମୀର ଯେତିକି ଜଣାଶୁଣାନିଜ ବ୍ୟକ୍ତିଗତ ଜୀବନକୁ ବି ନେଇ ସେ ସେତିକି ଚର୍ଚ୍ଚିତ। ଏବେ ଆମୀର ପୁଣି ଥ‌ରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ରହସ୍ୟମୟୀ ଯୁବତୀଙ୍କ ପାଇଁ। ପୂବରୁ ଦୁଇ ଦୁଇ ଥର ବିବାହ କରି ଛାଡ଼ପତ୍ର ଦେଇ ସାରିଥିବା ଆମୀର କୁଆଡ଼େ ଏବେ ତୃତୀୟ ଜଣଙ୍କୁ ଡେଟ୍‌ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

ତେବେ କିଏ ସେହି ରସହ୍ୟମୟୀ ଯୁବତୀ। ବଲିଉଡ୍‌ର ନା ବାହାରର? ଆମ ନିକଟରେ ଯେତିକି ଖବର ରହିଛି, ଆମୀରଙ୍କୁ ଡେଟ୍‌ କରୁଥିବା ଯୁବତୀଙ୍କର ସୋବିଜ୍‌ ସହ କୌଣସି ସଂପର୍କ ନାହିଁ। ତେବେ ଏତିକି ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ ହେଉଛନ୍ତି ବେଙ୍ଗାଲୁରୁର ବାସିନ୍ଦା ଗୌରୀ। 

ଏପରିକି ଆମୀର ନିଜ ଲେଡି ଲଭ୍‌ଙ୍କୁ ପରିବାର ଲୋକଙ୍କ ସହ ଭେଟ ବି କରାଇ ସାରିଛନ୍ତି। ହେଲେ ସେ ଏବେ ଏହି ସଂପର୍କକୁ ସର୍ବସାଧାରଣରେ ଖୁଲାସା କରିବାକୁ ପ୍ରସ୍ତୁତ ନାହାନ୍ତି। 

ତେବେ ଆମୀର ପୂର୍ବରୁ ୧୯୮୬ ମସିହାରେ ରୀନା ଦତ୍ତାଙ୍କ ସହ ବିବାହ କରିଥିଲେ। ତାଙ୍କର ୨ ପିଲା ଅଛନ୍ତି। ୨୦୦୨ ମସିହାରେ ତାଙ୍କ ସହ ଛାଡ଼ପତ୍ର ହୋଇଗଲା। ତା’ପରେ ୨୦୦୫ରେ ଅଭିନେତା ସିନେ ନିର୍ମାତା କିରଣ ରାଓଙ୍କୁ ବିବାହ କଲେ। ସେମାନଙ୍କୁ ୨୦୨୧ ମସିହାରେ ଛାଡ଼ପତ୍ର ହୋଇଛି। ଦୁହିଁଙ୍କର ଏକ ପୁଅ ବି ଅଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe