‘ପଦ୍ମାବତୀ’ରେ ଦୀପିକା ପିନ୍ଧିଥିବା ଲେହେଙ୍ଗା ତିଆରିବା ପାଇଁ ୨୦୦ କାରିଗରଙ୍କୁ ଲାଗିଥିଲା ୬୦୦ଦିନ !

Advertisment

ଅଳଙ୍କାର ଗଢ଼ାରେ ବ୍ୟବହାର ହୋଇଛି ୪୦୦କେଜି ସୁନା

ଅଳଙ୍କାର ଗଢ଼ାରେ ବ୍ୟବହାର ହୋଇଛି ୪୦୦କେଜି ସୁନା

‘ପଦ୍ମାବତୀ’ରେ ଦୀପିକା ପିନ୍ଧିଥିବା ଲେହେଙ୍ଗା ତିଆରିବା ପାଇଁ ୨୦୦ କାରିଗରଙ୍କୁ ଲାଗିଥିଲା ୬୦୦ଦିନ !

ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ଅଛି ପ୍ରଯୋଜକ-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କ ପିରିୟଡ୍‌ ଡ୍ରାମା ‘ପଦ୍ମାବତୀ’। ଶୀର୍ଷକ ଚରିତ୍ରରେ ଅଛନ୍ତି ଭଂସାଲିଙ୍କ ଫେବରିଟ୍‌ ଦୀପିକା ପାଦୁକୋନ୍‌। ଏଥିରେ ଦୀପିକା ଯେଉଁ ଲେହେଙ୍ଗା ପରିଧାନ କରିଛନ୍ତି ତାହା ଖୁବ୍‌ ଆକର୍ଷଣୀୟ ରହିଛି। ଜାଣନ୍ତି କି? ଏହି ଲେହେଙ୍ଗା ତିଆରି କରିବା ପାଇଁ ୨୦୦ କାରିଗରଙ୍କୁ ୬୦୦ଦିନ ସମୟ ଲାଗିଥିଲା! ପୁଣି ଦୀପିକା ଏଥିରେ ପିନ୍ଧିଥିବା ସ୍ୱର୍ଣ୍ଣଅଳଙ୍କାର ଗଢ଼ା ହେବା ଲାଗି ବ୍ୟବହାର ହୋଇଛି ୪୦୦କେଜିର ସୁନା । ଅବିଶ୍ୱାସ୍ୟ ମନେ ହେଉଥିଲେ ବି ଘଟଣାଟି ସତ୍ୟ। ପଦ୍ମାବତୀ ୟୁନିଟ୍‌ ପକ୍ଷରୁ ଦିଆଯାଇଥିବା ଟ୍ଵିଟରେ ଏହା ପ୍ରକାଶ କରାଯାଇଛି।publive-image

ଆସନ୍ତା ଡିସେମ୍ବର ୧ରେ ମୁକ୍ତିଲାଭ କରିବାକୁ ଥିବା ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିଭାଇଛନ୍ତି ଦୀପିକା ପାଦୁକୋନ। ଦୀପିକା ଏଥିରେ ରାଣୀ ପଦ୍ମିନୀଙ୍କ ଭୂମିକାରେ ନଜର ଆସିବେ। ଦୀପିକାଙ୍କ ସମେତ ଚଳଚ୍ଚିତ୍ରରେ ନଜର ଆସିବେ ସାହିଦ କପୁର, ରଣବୀର ସିଂହ ଏବଂ ଦିତି ରାଓ ହାଇଦରୀ। ଚିତ୍ତୋରର ରାଜପୁତ ରାଣୀ ପଦ୍ମିନୀଙ୍କ ଉପରେ ଚଳଚ୍ଚିତ୍ରଟି ଆଧାରିତ। ଏଥିରେ ଦୀପିକା ମୁଖ୍ୟ ଭୂମିକାରେ ରହିଥିବା ବେଳେ ସାହିଦ କପୁର ଦୃଶ୍ୟମାନ ହେବେ ରାଜା ରାଓଲ ରତନ ସିଂହଙ୍କ ଭୂମିକାରେ। ସେହିପରି ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ଭୂମିକାରେ ରଣବୀର ସିଂ ନଜର ଆସିବେ।

publive-image

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିନେମା ‘ବାଜିରାଓ ମସ୍ତାନି’ରେ ଚମତ୍କତ ଅଭିନୟ କରି ଦୀପିକା ପାଦୁକୋନ୍‌ ଫିଲ୍ମ ଆଓ୍ଵାର୍ଡରେ ସମ୍ମାନିତ ହୋଇଥିଲେ। ଏହାପରେ ତାଙ୍କ ପାଖକୁ ସଞ୍ଜୟଲୀଲା ଭଂସାଲିଙ୍କ ଛବି ‘ପଦ୍ମାବତୀ’ର ଅଫର ଆସିଥିଲା। ଏଥିରେ ଦୀପିକା ରାଣୀ ପଦ୍ମାବତୀଙ୍କ ଭୂମିକାରେ ନଜର ଆସିବେ। ତେବେ ରାଣୀ ପଦ୍ମାବତୀ ଭୂମିକା ନିଭାଉଥିଲା ବେଳେ ଦୀପିକା ଯେଉଁ ଲେହେଙ୍ଗା ପରିଧାନ କରିଛନ୍ତି ତାହା ଅଧିକ ଆକର୍ଷଣୀୟ ରହିଛି। ଏହି ଲେହେଙ୍ଗା ତିଆରି କରିବା ପାଇଁ ୨୦୦ କାରିଗରଙ୍କୁ ୬୦୦ଦିନ ସମୟ ଲାଗିଥିଲା। ଯାହାକି ସିନେମାର ଅନ୍ୟ ଏକ କେନ୍ଦ୍ରବିନ୍ଦୁ ମାଲଟିଛି। ଦୀପିକା ଏଯାବତ୍‌ ଯେତେଟି ସିନେମାର ଅଭିନୟ କରିଛନ୍ତି ଏହି ସିନେମାରେ ତାଙ୍କର ମେକଓଭର ସବୁଠାରୁ ଚମତ୍କାର।


ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସାହିଦ କପୁରଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର ‘ପଦ୍ମାବତୀ’ ରିଲିଜ୍‌ ହେବା ପୂର୍ବରୁ ରେକର୍ଡ ଭଙ୍ଗ କରିସାରିଲାଣି। ‘ପଦ୍ମାବତୀ’ର ଟ୍ରେଲର୍‌ ଭିୟୁ ୨୪ ଘଣ୍ଟା ମଧ୍ୟରେ ୧୫ ମିଲିୟନରେ ପହଞ୍ଚିଥିଲା। ଏଥିରୁ ‘ପଦ୍ମାବତୀ’ ସମସ୍ତ ହିନ୍ଦୀ ସିନେମାର ରେକର୍ଡ ଭାଙ୍ଗିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି। ଦର୍ଶକଙ୍କ ଏହି ଶ୍ରଦ୍ଧା ଓ ଭଲ ପାଇବାକୁ ଦେଖି ଅଭିନେତା ସାହିତ କପୁର୍‌ ଏବଂ ରଣବୀର ସିଂ ସମସ୍ତଙ୍କୁ ସୋସିଆଲ୍‌ ମିଡିଆ ଜରିଆରେ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe