Image credits: PIB's Twitter handle
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଶେଷ ହେବା ପରେ ଯାଇ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେବ ବୋଲି ଜାଣିବାକୁ ମିଳିଛି। ପ୍ରତିବର୍ଷ ଏହି ଜାତୀୟ ଫିଲ୍ମ ପୁରସ୍କାରର ଚୟନ ଏପ୍ରିଲ୍ ମାସରେ ହୋଇଥାଏ। ମାତ୍ର ଚଳିତବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ଫିଲ୍ମ ପୁରସ୍କାର ଚୟନ କରୁଥିବା ଜୁରି (ସିନେ ନିର୍ମାତା ଓ ବିଶିଷ୍ଟ ସିନେ ବ୍ୟକ୍ତିତ୍ୱମାନେ) ଏହାକୁ କିଛି ଦିନ ଘୁଞ୍ଚାଇ ନିର୍ବାଚନ ସରିବା ପରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।
୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ ନ କରିବାର ଏକ ପ୍ରମୁଖ କାରଣ ହେଉଛି ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିବ। ବିଭିନ୍ନ ଶ୍ରେଣୀ ପାଇଁ ପୁରସ୍କାର ମିଳୁଥିବା ବେଳେ ସେଥିରେ ‘ମୋଷ୍ଟ୍ ଫିଲ୍ମ ଫ୍ରେଣ୍ଡ୍ଲି ଷ୍ଟେଟ୍ସ’ ବୋଲି ଏକ ସମ୍ମାନ ରହିଛି, ଯାହାକି ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ଜାହିର କରିଥାଏ । ଏହି ସମ୍ମାନଟି ଯେଉଁ ରାଜ୍ୟକୁ ଯିବ ସେ ରାଜ୍ୟର ସରକାରଙ୍କ ପକ୍ଷ ବହନ କରିବ। ତେଣୁ ନିର୍ବାଚନ ପରେ ହିଁ ଏହି ସମ୍ମାନ ଉତ୍ସବ ହେବ ବୋଲି ଜୁରିମାନେ ସୂଚନା ଦେଇଛନ୍ତି।
Follow Us