ଆଲିଆଙ୍କ ପୂର୍ବରୁ ଟାଇମ୍ ମାଗାଜିନ’ ପ୍ରଚ୍ଛଦରେ ସ୍ଥାନ ପାଇ ସାରିଛନ୍ତି ଏହି ବଲିଉଡ୍‌ ସେଲିବ୍ରିଟି

Advertisment
ଆଲିଆଙ୍କ ପୂର୍ବରୁ ଟାଇମ୍ ମାଗାଜିନ’ ପ୍ରଚ୍ଛଦରେ ସ୍ଥାନ ପାଇ ସାରିଛନ୍ତି ଏହି ବଲିଉଡ୍‌ ସେଲିବ୍ରିଟି

ANI News

ମୁମ୍ବାଇ: ଅନ୍ତର୍ଜାତୀୟ ପତ୍ରିକା ‘ଟାଇମ୍ ମାଗାଜିନ୍’ ପକ୍ଷରୁ ଚଳିତ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଏହି ସୂଚୀରେ ସ୍ଥାନ ପାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ।
ଗତ କିଛି ବର୍ଷ ହେବ ବଲିଉଡ୍ ଅଭିନେତାଅଭିନେତ୍ରୀ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଉଛନ୍ତି। ଗତବର୍ଷ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଟାଇମ୍ ମାଗାଜିନ୍ ସୂଚୀରେ ସ୍ଥାନୀତ କରିଥିବା ବେଳେ ତାଙ୍କ ପୂର୍ବରୁ ପରବୀନ ବାବି, ଐଶ୍ବର୍ଯ୍ୟା ରାୟ, ଶାହରୁଖ୍ ଖାନ୍, ଅମୀର ଖାନ୍ ଓ ପ୍ରିୟଙ୍କା ଚୋପ୍ରା ଆଦି ବଲିଉଡ୍ ବ୍ୟକ୍ତିତ୍ବ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହି ‘ଟାଇମ୍ ମାଗାଜିନ’ର ପ୍ରଚ୍ଛଦରେ ସ୍ଥାନ ପାଇ ସାରିଛନ୍ତି।
୨୦୨୩ ମସିହାରେ ଆଲିଆ ‘ହାର୍ଟ ଅଫ୍ ଷ୍ଟୋନ୍’ ଜରିଆରେ ହଲିଉଡ୍ ଡେବ୍ୟୁ କରିବା ପରଠାରୁ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏଥର ଟାଇମ୍ ମାଗାଜିନ୍ ତାଲିକାରେ ଭାରତରୁ ୮ ଜଣ ସ୍ଥାନ ପାଇଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପାଇଁ ଆଲିଆଙ୍କ ନାମ ବି ରହିଛି। ‘ଗାଙ୍ଗୁବାଇ କାଠିଆୱାଡ଼ି’ରେ ପ୍ରଭାବଶାଳୀ ଅଭିନୟ ନେଇ ଆଲିଆଙ୍କ ହଲିଉଡ୍ ଡେବ୍ୟୁ ତାଙ୍କ ଲୋକପ୍ରିୟତାକୁ ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe