ପରଲୋକରେ ବଲିଉଡ ଅଭିନେତା ଧୀରଜ କୁମାର, ଏହି ରୋଗ ନେଲା ଜୀବନ

New Project (34)

ମୁମ୍ବାଇ: ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ପରଲୋକରେ ବଲିଉଡର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଧୀରଜ କୁମାର। ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଗତ କିଛି ଦିନ ହେବ 'ଏକ୍ୟୁଟ ନିମୋନିଆ'ରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି। ସୋମବାର ତାଙ୍କୁ ମୁମ୍ବାଇର ଅନ୍ଧେରୀରେ ଥିବା କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। ହେଲେ ମୃତ୍ୟୁ ସହ ଲଢ଼ୁଥିବା ଲଢ଼େଇ ସେ ଆଉ ଜିତିପାରିନଥିଲେ । କିଛି ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି।

ଗତ କିଛି ମାସ ହେବ ନିମୋନିଆ ସହ ଲଢ଼ୁଥିଲେ ଧୀରଜ କୁମାର। ଏହାର ନିରାକରଣ ପାଇଁ ସେ ବିଭିନ୍ନ ପ୍ରକାରର ଔଷଧ ଖାଇଥିଲେ ମଧ୍ୟ ତାଙ୍କ ସମସ୍ୟାର ସମାଧାନ ହୋଇନଥିଲା। ଶେଷରେ ଏହି ରୋଗ ତାଙ୍କର ଜୀବନ ନେଇଗଲା।

ଧୀରଜ କୁମାରଙ୍କ ପେସା ବିଷୟରେ କହିବାକୁ ଗଲେ, ସେ ୧୯୬୫ ମସିହାରେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ଏକ ଟ୍ୟାଲେଣ୍ଟ ସୋ’ର ଫାଇନାଲିଷ୍ଟ ଥିଲେ, ଯେଉଁଥିରେ ତାଙ୍କ ସହିତ ସୁଭାଷ ଘାଇ ଏବଂ ରାଜେଶ ଖାନ୍ନା ମଧ୍ୟ ଥିଲେ। ରାଜେଶ ଖାନ୍ନା ସେହି ସୋ’ର ବିଜେତା ହୋଇଥିଲେ। ୧୯୭୦ ରୁ ୧୯୮୪ ମଧ୍ୟରେ ୨୧ଟି ପଞ୍ଜାବୀ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ କିଣିଥିଲା। ଏହା ପରେ, ସେ 'ହୀରା ପାନ୍ନା', 'ରାତୋଁ କା ରାଜା', 'ସରଗମ', 'ବହରୂପିଆ', 'ରୋଟି କପଡା ଔର ମକାନ' ସମେତ ଅନେକ ବଲିଉଡ୍ ଚଳଚ୍ଚିତ୍ରରେ କାମ କରିଥିଲେ।

ଚଳଚ୍ଚିତ୍ର ବ୍ୟତୀତ ସେ ଟେଲିଭିଜନ ଜଗତରେ ମଧ୍ୟ ବହୁତ ଭଲ କାମ କରିଥିଲେ। ଦର୍ଶକଙ୍କୁ 'ଓମ୍ ନାମ ଶିବ', 'କାହାନ ଗଏ ୱୋ ଲଗ୍', 'ଅଦାଲତ', 'ୟେ ପ୍ୟାର ନା ହୋଗା କମ', 'ସିଙ୍ଘାସନ ବତିସି' ଏବଂ 'ମାଇକା' ଭଳି ଲୋକପ୍ରିୟ ସୋ’ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe