୮୫ବର୍ଷ ବୟସରେ ବଲିଉଡ୍‌ ସିନେମାରେ ଡେବ୍ୟୁ କରିବେ ଏହି ବୃଦ୍ଧା

Advertisment
୮୫ବର୍ଷ ବୟସରେ ବଲିଉଡ୍‌ ସିନେମାରେ ଡେବ୍ୟୁ କରିବେ ଏହି ବୃଦ୍ଧା

ମୁମ୍ବାଇ: କୌଣସି ବ୍ୟକ୍ତି ୮୫ବର୍ଷ ବୟସରେ ସିନେମାରେ ଡେବ୍ୟୁ କରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଲକ୍ଷ୍ମୌର ପୁଷ୍ପା ଜୋସିଙ୍କ ସହିତ ଏଭଳି କିଛି ଘଟିଛି। ପୁଷ୍ପା ୮୫ବର୍ଷ ବୟସରେ ଅଜୟ ଦେବଗନ୍‌ ଓ ଇଳିୟାନା ଡିକ୍ରୁଜଙ୍କ ଷ୍ଟାରର ସିନେମା ‘ରେଡ୍‌’ ଜରିଆରେ ରୁପେଲି ପରଦାରେ ଡେବ୍ୟୁ କରିବେ। ସିନେମାରେ ସେ ଅଭିନେତା ସୌରଭ ଶୁକ୍ଳାଙ୍କ ମା’ ଭୂମିକାରେ ନିଜର ଆସିବେ।

publive-image

ସୂଚନାଯୋଗ୍ୟ, ସିନେମାର ସୁଟିଂ ସମୟରେ ଅଜୟ ପୁଷ୍ପାଙ୍କ ଟିକିନିଖି ଯତ୍ନ ନେବାର ଦେଖିବାକୁ ମିଳିଥିଲା। ସେ ସମୂର୍ଣ୍ଣ ଟିମ୍‌ ମେମ୍ବରଙ୍କୁ ମଧ୍ୟ ଏହା ସୂଚିତ କରାଇ ଦେଇଥିଲେ କି ପୁଷ୍ପାଙ୍କ ସମସ୍ତ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ଦରକାର, ଯେପରି ତାଙ୍କୁ ଅପେକ୍ଷା କରିବାକୁ ନପଡେ।

ସେହିପରି ସିନେମା ନିର୍ଦ୍ଦେଶକ ରାଜକୁମାର ଗୁପ୍ତା କହନ୍ତି, ‘ସୁଟିଂ ସମୟରେ ପୁଷ୍ପା ଜୋସି ସେଟରେ ସମସ୍ତଙ୍କର ପସନ୍ଦ ଥିଲେ। ତାଙ୍କର ସ୍ୱଭାବକୁ ଦେଖି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ଏଥିସହିତ ତାଙ୍କର ସେନ୍ସ ଅଫ ହ୍ୟୁମର ମଧ୍ୟ ଖୁବ୍‌ ଭଲ। ୮୫ବର୍ଷ ବୟସରେ ସେ ନିଜ ଅଭିନୟର ସମସ୍ତ ଲାଇନ୍‌କୁ ଟିକିନିଖି କରି ମନେ ରଖୁଥିଲେ। ମୋର ଆଶା ସିନେମାରେ ପୁଷ୍ପା ଓ ତାଙ୍କ ଅଭିନୟକୁ ଦର୍ଶକ ବହୁ ପସନ୍ଦ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe