ବିଗ୍ ବସ୍-୧୮ରେ ଭାଗ ନେବେ ମହେଶ ବାବୁଙ୍କ ଶାଳୀ

ଟିଭିର ସବୁଠାରୁ ବିବାଦୀୟ ସୋ’ ବିଗ୍ ବସ୍-୧୮ ଆରମ୍ଭ ହେବାକୁ ଯାଉଛି | ପ୍ରିମିୟର ପୂର୍ବରୁ ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି, ଯେଉଁଥିରେ ବିଗ୍ ବସକୁ ଅଭିନେତ୍ରୀ ଶିଳ୍ପା ଶିରୋଦକର ଆସିବେ ବୋଲି ଜଣାଯାଇଛି।

colorstv

ମୁମ୍ବାଇ: ଟିଭିର ସବୁଠାରୁ ବିବାଦୀୟ ସୋ’ ବିଗ୍ ବସ୍-୧୮ ଆରମ୍ଭ ହେବାକୁ ଯାଉଛି | ଏହି ସୋ’ ଅକ୍ଟୋବର ୬ରୁ ଆରମ୍ଭ ହେବ | ସୋ’ର ପ୍ରିମିୟର ପୂର୍ବରୁ ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି, ଯେଉଁଥିରେ ବିଗ୍ ବସରେ ଆସିବାକୁ ଥିବା ପ୍ରଥମ ପ୍ରତିଯୋଗୀଙ୍କ ଝଲକ ଦେଖିବାକୁ ମିଳିଛି । ଭିଡିଓରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ, ଅଭିନେତ୍ରୀଜଣକ ଶିଳ୍ପା ଶିରୋଦକର ।

କଲର୍ସ ଟିଭି ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ଶିଳ୍ପା କହୁଛନ୍ତି, ମୁଁ ୯୦ଦଶକର ରାଣୀ ଥିଲି ବୋଲି ଲୋକେ କୁହନ୍ତି । ମୁଁ ଅମିତାଭ ବଚ୍ଚନ, ମିଥୁନ ଚକ୍ରବର୍ତ୍ତୀ, ଗୋବିନ୍ଦା, ଅକ୍ଷୟ କୁମାର, ଏବଂ ଶାହରୁଖ ଖାନଙ୍କ ଭଳି କଳାକାରଙ୍କ ସହ କାମ କରିଛି । ମୋର ଏକମାତ୍ର ସ୍ୱପ୍ନ ଥିଲା ଯେ, ମୁଁ ସଲମାନ ଖାନଙ୍କ ସହ କାମ କରିବି । ବର୍ତ୍ତମାନ ଏହା ବାସ୍ତବତାରେ ପରିଣତ ହୋଇଛି ।

ଅଭିନେତ୍ରୀ ନମ୍ରତା ଶିରୋଦକର(ଯିଏ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି)ଙ୍କ ଭଉଣୀ ହେଉଛନ୍ତି ଶିଳ୍ପା । ଏହି ଅଭିନେତ୍ରୀ ବିଗ୍ ବସ୍ ଘରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଶିଳ୍ପାଙ୍କ ବ୍ୟତୀତ ଅଭିନେତା ଶେହଜାଦା ଧାମୀ ଓ ଅଭିନେତ୍ରୀ ନିଆ ଶର୍ମା ପ୍ରତିଯୋଗୀ ଭାବେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe