ନୂତନ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀରେ ଏବେ ଘମାଘୋଟ କୃଷକ ଆନ୍ଦୋଳନ ଚାଲିଛି। ତେବେ ଏହା ଉପରେ ବି-ଟାଉନ୍ର ଚଳଚ୍ଚିତ୍ର ନିର୍ମାତା ରାକେଶ ଓମ୍ପ୍ରକାଶ ମେହେରା ଚଳଚ୍ଚିତ୍ର କରିବାକୁ ଯୋଜନା କରୁଥିବା ଖବର ମିଳିଛି। ଚଳଚ୍ଚିତ୍ରର ସଂଳାପ ଲେଖିବା ଦାୟିତ୍ବ ଲେଖକ କମଳେଶ ପାଣ୍ଡେ ତୁଲାଇବେ। ଏନେଇ କମଳେଶ କହିଛନ୍ତି, ମୁଁ ଓ ରାକେଶ ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରି ସାରିଛୁ। ଚଳଚ୍ଚିତ୍ରର ସଂଳାପକୁ ନେଇ ମୁଁ ଚାରି ବର୍ଷ ହେଲା ତାଙ୍କ ସହ କାମ କରୁଛି। ଏଥିରେ କୃଷକଙ୍କ ଆନ୍ଦୋଳନଠୁ ଆରମ୍ଭ କରି ସେମାନଙ୍କ ଦୈନନ୍ଦିନ ଜୀବନର ସମସ୍ୟା ଚିତ୍ରିତ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ‘ରଙ୍ଗ ଦେ ବସନ୍ତି’ ଓ ‘ଭାଗ୍ ମିଲ୍ଖା ଭାଗ୍’ ଭଳି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ବଲିଉଡ୍ରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଓମ୍ପ୍ରକାଶ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us