ଅଜବ ପ୍ରେମର ଗଜବ କାହାଣୀ; ପରସ୍ପରଙ୍କ ସହ ପ୍ରେମ ବନ୍ଧନରେ ବନ୍ଧା ୩ ଜଣ ପ୍ରେମୀ

Advertisment
ଅଜବ ପ୍ରେମର ଗଜବ କାହାଣୀ; ପରସ୍ପରଙ୍କ ସହ ପ୍ରେମ ବନ୍ଧନରେ ବନ୍ଧା ୩ ଜଣ ପ୍ରେମୀ

www.aajtak.in

ୱାଶିଂଟନ୍: ଜଣେ ଯୁବତୀଙ୍କ ତିନି ତରଫା ବିବାହ କାହାଣୀ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯୁବତୀ ଜଣକ ନିଜେ ତାଙ୍କ ଜୀବନ କାହାଣୀକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ସେ କହିଛନ୍ତି କି ସେ ଉଭୟ ଟିଣ୍ଡର୍‌ରୁ ମିଳିଥିବା ଜଣେ ଯୁବକ ଓ ତାଙ୍କର ଜଣେ କଲେଜ୍‌ ବନ୍ଧୁଙ୍କ ସହ ପ୍ରେମ ସଂପର୍କରେ ଅଛନ୍ତି। ସେ ଆହୁରି ବି କହିଛନ୍ତି କି ଅବଶ୍ୟ ସମୟେ ସମୟେ ତାଙ୍କ ସଂପର୍କରେ ଅଳ୍ପବହୁତ ଗଡ଼ବଡ଼ ହୁଏ, ମାତ୍ର ସେ ଖୁସି ଅଛନ୍ତି।

publive-image www.aajtak.in

ଏହି ଘଟଣାଟି ହେଉଛି ଆମେରିକାର। ୨୬ ବର୍ଷୀୟା ଆଞ୍ଜେଲ୍‌ ଓ ୨୯ ବର୍ଷୀୟ ପ୍ରେମିକ ଟାଏଲର୍‌ ୨୦୧୮ ମସିହାରେ ପରସ୍ପରଙ୍କୁ ଡେଟ୍‌ କରିବା ଆରମ୍ଭ କଲେ। ସେମାନେ ପରସ୍ପରଙ୍କୁ ଟିଣ୍ଡର୍‌ରେ ମିଳିଥିଲେ। ପରେ ୨୦୨୧ ମସିହା ଏପ୍ରିଲ୍‌ ମାସରେ ସେ ଦୁହେଁ ୨୩ ବର୍ଷୀ ସୈମ୍‌ ବିକ୍‌ଙ୍କ ସହ ବି ସଂପର୍କରେ ଯୋଡ଼ି ହୋଇଗଲେ। ଆଞ୍ଜେଲ ଓ ସୈମ୍‌ କଲେଜ ଦିନରୁ ହିଁ ଦୁହେଁ ଦୁହିଁଙ୍କୁ ଜାଣିଥି‌ଲେ। ସେ ସମୟରୁ ହିଁ ସେମାନଙ୍କ ଭିତରେ ଘନିଷ୍ଠତା ଥିଲା। ୨୦୧୯ ମସିହାରେ ଦୁହେଁ ପୁଣି ଥ‌ରେ ଏକ ଉତ୍ସବରେ ଭେଟ ହେଲେ। ତାପରେ ସେମାନଙ୍କର ପରସ୍ପର ପ୍ରତି ଅନୁରାଗ ବଢ଼ିଲା। ବର୍ତ୍ତମାନ ଆଞ୍ଜେଲ୍‌, ସୈମ୍‌ ଏବଂ ଟାଏଲର ତିନି ଜଣ ଯାକ ଏକ ସଂପର୍କରେ ବାନ୍ଧି ହୋଇ ଯାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ତିନିହେଁଙ୍କର ତିନିହେଁଙ୍କ ପ୍ରତି ସମାନ ଭାବପ୍ରବଣତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe