ପ୍ରିୟଙ୍କାଙ୍କ ‘ଏ କିଡ୍‌ ଲାଇକ୍‌ ଜ୍ୟାକ୍‌’ ପ୍ରଶଂସିତ

Advertisment
‘ଡ଼ନ୍‌-ଥ୍ରି’ରେ ଦେଖିବାକୁ ମିଳିବେନି ପ୍ରିୟଙ୍କା 

ଗତ ସପ୍ତାହରେ ସନ୍‌ଡାନସ ଫିଲ୍ମ ଫେଷ୍ଟିଭାଲ୍‌ରେ ବଲିଉଡ୍‌ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଦ୍ୱିତୀୟ ହଲିଉଡ୍‌ ଫିଲ୍ମ ‘ଏ କିଡ୍‌ ଲାଇକ୍‌ ଜ୍ୟାକ୍‌’ର ପ୍ରିମିୟର୍‌ ଅନୁଷ୍ଠିତ ହୋଇଥିଲା। ଫିଲ୍ମଟିକୁ, ବିଶେଷକରି ସେଥିରେ ପ୍ରିୟଙ୍କାଙ୍କ ଅଭିନୟକୁ ବହୁ ଲୋକ ପ୍ରଶଂସା କରୁଛନ୍ତି।
‘ଏ କିଡ୍‌ ଲାଇକ୍‌ ଜ୍ୟାକ୍‌’ରେ ପ୍ରିୟଙ୍କା ଅଛନ୍ତି ସହନାୟିକା ଭୂମିକାରେ। ସେଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଜିମ୍‌ ପାର୍ସନ୍‌ସ ଓ କ୍ଲାରା ଡାନ୍‌ସ।
‘ଏ କିଡ୍‌ ଲାଇକ୍‌ ଜ୍ୟାକ୍‌’ର କାହାଣୀର କୋମଳପଣକୁ ଫିଲ୍ମରେ ଚମତ୍କାର ଭାବେ ଦର୍ଶା ଯାଇଛି ଏବଂ ସେଥିରେ ଉଭୟ ନାୟିକା ଓ ସହନାୟିକା ସୁନ୍ଦର ଅଭିନୟ କରିଛନ୍ତି ବୋଲି ପ୍ରିମିୟର୍‌ରେ ଉପସ୍ଥିତ ଦର୍ଶକ ଓ ଫିଲ୍ମ ସମାଲୋଚକମାନେ ଏକସ୍ୱରରେ କହିଛନ୍ତି। ଉଲ୍ଲେଖନୀୟ ଯେ ଫେଷ୍ଟିଭାଲ୍‌ରେ ‘ଏ କିଡ୍‌ ଲାଇକ୍‌ ଜ୍ୟାକ୍‌’ ପ୍ରଦର୍ଶନ ଶେଷ ହେବାପରେ ହଲ୍‌ରେ ଥିବା ସବୁ ଦର୍ଶକ ଠିଆହୋଇ କରତାଳି ମାଧ୍ୟମରେ ପ୍ରଶଂସା କରିଥିଲେ।

publive-imageପ୍ରିୟଙ୍କା ହଲିଉଡ୍‌ରେ ନିଜ ପାଇଁ ଗୋଟିଏ ସ୍ଥାୟୀ ଓ ଭଲ ସ୍ଥାନ ତିଆରି କରିବାଲାଗି ଯେଉଁ ପ୍ରଚେଷ୍ଟା ଚଳାଇଛନ୍ତି, ‘ଏ କିଡ୍‌ ଲାଇକ୍‌ ଜ୍ୟାକ୍‌’ ତା’କୁ ବହୁତ ସାହାଯ୍ୟ କରିବ ବୋଲି ଲୋକେ କହୁଛନ୍ତି।
ପ୍ରିୟଙ୍କାଙ୍କ ପାଇଁ ଆମର ଶୁଭେଚ୍ଛା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe