ସୁନ୍ଦର ସ୍ତ୍ରୀ ଚାହୁଥିଲେ ରହମାନ ! ବିବାହ ପୂର୍ବରୁ ରଖିଥିଲେ ୩ଟି ସର୍ତ୍ତ

ସଙ୍ଗୀତ ସମ୍ରାଟ ଏଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ମଙ୍ଗଳବାର ରାତିରେ ବିବାହର ୨୯ବର୍ଷ ପରେ ଛାଡପତ୍ର ନେଉଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏବେ ସେ କିଭଳି ସ୍ତ୍ରୀ ଚାହୁଥିଲେ ତାହା ସାମ୍ନାକୁ ଆସିଛି।

tsairr

ମୁମ୍ବାଇ: ସଙ୍ଗୀତ ସମ୍ରାଟ ଏଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ମଙ୍ଗଳବାର ରାତିରେ ବିବାହର ୨୯ବର୍ଷ ପରେ ଛାଡପତ୍ର ନେଉଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଦମ୍ପତିଙ୍କର ତିନୋଟି ସନ୍ତାନ, ଗୋଟିଏ ପୁଅ ଏଆର୍ ଅମିନ ଏବଂ ଦୁଇ ଝିଅ ଖତିଜା ରହମାନ ଓ ରହୀମା ରହମାନ ଅଛନ୍ତି। ପତ୍ନୀ ଛାଡ଼ପତ୍ର ଦେଉଥିବା ନେଇ ଘୋଷଣା କରିବା ପରେ ଏବେ ଏଆର ରହମାନ କିଭଳି ସ୍ତ୍ରୀ ଚହୁଥିଲେ ତାହା ସାମ୍ନାକୁ ଆସିଛି।

ଏହି ଦମ୍ପତି ମାର୍ଚ୍ଚ ୧୨, ୧୯୯୫ରେ ଚେନ୍ନାଇରେ ବିବାହ କରିଥିଲେ। ଏବେ ଯାଏ ଏଆର୍ ରହମାନ ଏବଂ ସାଇରା ବାନୁଙ୍କ ଅଲଗା ହେବାର କାରଣ ଜଣାପଡିନଥିବା ବେ‌ଳେ ରହମାନ କିଭଳି ସ୍ତ୍ରୀ ଚାହୁଥିଲେ ତାହା ଜଣାପଡ଼ିଛି। ଏବିଷୟରେ ନିଜେ ରହମାନ ଏକ ସାକ୍ଷାତକାରରେ ଜଣାଇଥିଲେ। ରହମାନ, ସାଇରାଙ୍କ ସହ ପ୍ରସ୍ତାବିତ ବିବାହ କରିଥିଲେ ଏବଂ ତାଙ୍କ ମା’ ତାଙ୍କ ପାଇଁ ଝିଅ ଠିକ୍ କରିଥିଲେ। ଝିଅ ଖୋଜା ଆରମ୍ଭ କରିବା ପୂର୍ବରୁ ରହମାନ ୩ଟି ସର୍ତ୍ତ ରଖିଥିଲେ। ତାଙ୍କୁ କିଭଳି ଝିଅ ଦରକାର ସେ ବିଷୟରେ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ। 

ସାକ୍ଷାତକାରରେ ଏ ବିଷୟ‌ରେ ଜଣାଇ ରହମାନ କହିଥିଲେ ଯେ, ମୁଁ  କିଭଳି ଝିଅ ଚାହୁଛି ତାହା ମୋ ମା’ଙ୍କୁ ଜଣାଇଥିଲି। ମୋର ୩ଟି ସର୍ତ୍ତ ଥିଲା। ଝିଅ ସୁନ୍ଦର ହୋଇଥିବା ଜରୁରୀ, ଭଲ ପାଠ ପଢ଼ିଥିବେ ଏବଂ ଦୟାଳୁ ହୋଇଥିବେ।  ଏହି ୩ଟି ଗୁଣ ସାଇରାଙ୍କ ମଧ୍ୟରେ ମୋ ମା’ ଦେଖିଥିଲେ ଏବଂ ଶେଷରେ ଆମର ବିବାହ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe