ଦୁଇ ନାରୀଙ୍କ କାହାଣୀ: ପାଞ୍ଚ ପତିରେ ମୁଁ ସତୀ

Advertisment

ନୂଆ ଯାତ୍ରାଋତୁରେ ‘ପାଞ୍ଚ ପତିରେ ମୁଁ ସତୀ’ ନାଟକଟି ଯାତ୍ରାପ୍ରେମୀ ମହଲରେ ଚର୍ଚ୍ଚିତ ହୋଇଛି। ଜୀବନ ଜେନାଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସ୍ବାଇଁ। ‘ପାଞ୍ଚ ପତିରେ ମୁଁ ସତୀ’ର କଥାବସ୍ତୁ ଏହିପରି: ବଡ଼ଭାଇ ଦେବଦତ୍ତ...

ନୂଆ ଯାତ୍ରାଋତୁରେ ‘ପାଞ୍ଚ ପତିରେ ମୁଁ ସତୀ’ ନାଟକଟି ଯାତ୍ରାପ୍ରେମୀ ମହଲରେ ଚର୍ଚ୍ଚିତ ହୋଇଛି। ଜୀବନ ଜେନାଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସ୍ବାଇଁ। ‘ପାଞ୍ଚ ପତିରେ ମୁଁ ସତୀ’ର କଥାବସ୍ତୁ ଏହିପରି: ବଡ଼ଭାଇ ଦେବଦତ୍ତ...

scscsc

ନୂଆ ଯାତ୍ରାଋତୁରେ ‘ପାଞ୍ଚ ପତିରେ ମୁଁ ସତୀ’ ନାଟକଟି ଯାତ୍ରାପ୍ରେମୀ ମହଲରେ ଚର୍ଚ୍ଚିତ ହୋଇଛି। ଜୀବନ ଜେନାଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସ୍ବାଇଁ। ‘ପାଞ୍ଚ ପତିରେ ମୁଁ ସତୀ’ର କଥାବସ୍ତୁ ଏହିପରି: ବଡ଼ଭାଇ ଦେବଦତ୍ତ, ପତ୍ନୀ ତମସା, ସାନଭାଇ ସତ୍ୟବ୍ରତ ଓ ଭଉଣୀ ସାଧନା ବେଶ୍ ହସଖୁସିରେ ଜୀବନ ବିତାଉଥିଲେ। କିନ୍ତୁ ହଠାତ୍‌ ଜଣାପଡ଼େ ଦେବଦତ୍ତର ଦୁଇଟାଯାକ କିଡ୍‌ନି ନଷ୍ଟ ହୋଇଯାଇଛି। ଚିକିତ୍ସା ପାଇଁ ପ୍ରଚୁର ଟଙ୍କା ଲୋଡ଼ାହୁଏ। ଏହି ସମୟରେ ସହରର ବିଶିଷ୍ଟ ଶିଳ୍ପପତି ପ୍ରଭୁପ୍ରସାଦ ରାଜଗୁରୁ ଆସି ୧୦ ଲକ୍ଷ ଟଙ୍କା ଦିଏ। ପ୍ରତିବଦଳରେ ଗୋଟିଏ ରାତି ପାଇଁ ତମସାକୁ ତା’ ଫାର୍ମହାଉସ୍‌କୁ ନେବା ପାଇଁ ସର୍ତ୍ତ ରଖେ । ବହୁ ବାରଣ ସତ୍ତ୍ବେ ସ୍ୱାମୀକୁ ନବଜୀବନ ଦେବା ପାଇଁ ପରପୁରୁଷକୁ ଦେହଦାନ କରିବାକୁ ରାଜିହୋଇ ଘରୁ ଯାଏ ତମସା।

ଫାର୍ମହାଉସରେ ପହଞ୍ଚିଲା ପରେ ପ୍ରଭୁପ୍ରସାଦ ଓ ତମସା ବାପ-ଝିଅର ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି। ରାତି ପାହିବା‌ ପରେ ପ୍ରଭୁ ଯେତେବେଳେ ତମସାକୁ ନେଇ ତା’ ସ୍ୱାମୀ ପାଖକୁ ଯାଏ, ଦେବଦତ୍ତ ସେତେବେଳେ ସ୍ତ୍ରୀର  ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଅସତୀ କହି ତିରସ୍କାର କରେ। ବାଧ୍ୟ ହୋଇ ପ୍ରଭୁପ୍ରସାଦ ତମସାକୁ ନିଜ ଘରକୁ ନେଇଯାଏ। ଘରେ ପ୍ରଭୁ ଓ ତମସାଙ୍କ ଭିତରର ବାପ-ଝିଅ ସମ୍ପର୍କକୁ ‌ଖରାପ ଆଖ୍ୟା ଦେଇ ତା’ର ଉଗ୍ର ଆଧୁନିକା ସ୍ତ୍ରୀ ରାଜେଶ୍ୱରୀ ଘର ଛାଡ଼ି ବିଧାୟିକା ହେବା ନିଶାରେ ଭୁବନେଶ୍ୱର ଚାଲିଯାଏ। ବିଧାୟିକା ହେବାପରେ ରାଜେଶ୍ୱରୀ ପ୍ରତିଶୋଧ ପରାୟଣା ହୋଇ ପ୍ରଭୁକୁ ଅକଥନୀୟ ନିର୍ଯାତନା ଦିଏ । ନିଜ ଜନ୍ମିତ ଝିଅକୁ ଦଳର ହାଇକମାଣ୍ଡ୍‌କୁ ଭେଟିଦେଇ ମନ୍ତ୍ରୀପଦ ହାତାଏ । ନିଜ ପୁଅକୁ ମିଥ୍ୟା ହତ୍ୟା ମାମଲାରେ ଫସାଇ ଜେଲ୍ ପଠାଇ ଦିଏ। ଶେଷକୁ ପାଏ କ’ଣ ରାଜେଶ୍ୱରୀ? ସେପଟେ ସ୍ତ୍ରୀକୁ ହରେଇ ଦେବଦତ୍ତ ବି ତଳିତଳାନ୍ତ ହୋଇଯାଏ। ଯାତ୍ରା ଯାଜ୍ଞସେନୀ ଦ୍ବାରା ପ୍ରଯୋଜିତ ଏହି ନାଟକରେ ଶଙ୍ଖାଳି, ରମାକାନ୍ତ, ଆଦିକାନ୍ତ, ନୀଲ, ଚିରଞ୍ଜିବୀ, ମୀନୁ, ବର୍ଷା, ରୁପା ଓ ଲିଜା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
-ନାରାୟଣ କୁମାର ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe