‘ମୁଁ ତୁମ ଶରୀରର ଅଙ୍ଗଗୁଡ଼ିକୁ ପସନ୍ଦ କରେ’, ଟୁଇଟର୍‌ ବ୍ୟବହାରକାରୀଙ୍କ ଏପରି ମନ୍ତବ୍ୟର ଚତୁର ଉତ୍ତର ଦେଲେ ତାପସୀ

Advertisment
‘ମୁଁ ତୁମ ଶରୀରର ଅଙ୍ଗଗୁଡ଼ିକୁ ପସନ୍ଦ କରେ’, ଟୁଇଟର୍‌ ବ୍ୟବହାରକାରୀଙ୍କ ଏପରି ମନ୍ତବ୍ୟର ଚତୁର ଉତ୍ତର ଦେଲେ ତାପସୀ

ମୁମ୍ବାଇ: ନିକଟରେ ‘ପିଙ୍କ୍‌’ ଚଳଚ୍ଚିତ୍ରରେ ଜବର୍‌ଦସ୍ତ ଅଭିନୟ କରି ପୁରସ୍କାର ପାଇଥିବା ଅଭିନେତ୍ରୀ ତାପସୀ ପାନ୍ନୁ ଏବେ ଏକ୍‌ ଟୁଇଟ୍‌ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଜଣେ ଟୁଇଟର୍‌ ବ୍ୟବହାରକାରୀଙ୍କ ଅଶାଳୀନ ଇଙ୍ଗିତ ଟୁଇଟ୍‌ର ବେଶ୍‌ ସକାରାତ୍ମକ ଜବାବ ଦେଇ ଚର୍ଚ୍ଚାରେ ରହିଛନ୍ତି ତାପସୀ।

ଜଣେ ଟୁଇଟ୍‌ର୍‌ ବ୍ୟବହାରକାରୀ ତାପସୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ଲେଖିଥିଲେ ଯେ ‘ତାପସୀ ମୁଁ ତୁମ ଶରୀରର ଅଙ୍ଗଗୁଡ଼ିକ ପସନ୍ଦ କରେ।’ ଏହାର ଉତ୍ତରରେ ତାପସୀ ଲେଖିଛନ୍ତି,‘ଓ୍ଵାଓ, ମୁଁ ବି ଖୁବ୍‌ ପସନ୍ଦ କରେ। ମାତ୍ର ସେମଧ୍ୟରୁ ତୁମର ପ୍ରିୟ କେଉଁଟି? ମୋର ପ୍ରିୟ ମୋ ମସ୍ତିଷ୍କ।’

ତାପସୀଙ୍କର ଏହି ଜବାବ ପରେ ଟୁଇଟର୍‌ରେ ତାଙ୍କ ପ୍ରଶଂସକମାନେ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି। ସେ ତାପସୀଙ୍କର ଏପରି ଚତୁରତା ଭରା ଉତ୍ତରରେ  ତାଙ୍କୁ ସାବାସି ଦେବା ସହ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ‘ମନ୍‌ମର୍ଜିୟା’ ଅଭିନେତ୍ରୀ ତାପସୀ ନିକଟ ଭବିଷ୍ୟତରେ ‘ମିସନ୍‌ ମଙ୍ଗଲ୍‌’ ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ତାପସୀଙ୍କ ବ୍ୟତୀତ ଅକ୍ଷୟ କୁମାର, ବିଦ୍ୟା ବାଲାନ,  ସୋନାକ୍ସି ସିହ୍ନା, ସରମନ ଜୋଶୀ ଏବଂ କ୍ରିତି କୁଲହାରି ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe